Home ଜିଲ୍ଲା ପରିକ୍ରମା ନୂତନ ବିଡିଓଙ୍କୁ ବିଜେପି ଜଣାଇଲା ଶୁଭେଚ୍ଛା

ନୂତନ ବିଡିଓଙ୍କୁ ବିଜେପି ଜଣାଇଲା ଶୁଭେଚ୍ଛା

7

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତଙ୍କୁ ଆଜି ବନ୍ତ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକଙ୍କ ତତ୍ୱାବଧାନରେ ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, ,ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା,ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ବରିଷ୍ଠ କର୍ମୀ କମଳାକାନ୍ତ ସାହୁ, ସୁଧିର ନାୟକ, ଆନନ୍ଦ ଚନ୍ଦ୍ର ଓଝା, ତୋଡଗାଁ ସରପଞ୍ଚ ମାନସ ପହି, ପୂର୍ବତନ ସରପଂଚ କୃପାସିନ୍ଧୁ ସେଠୀ, ମନୋଜ ବିଶ୍ୱାଳ, ଭାଗିରଥି ସେଠୀ, ଗୋପାଳ କୃଷ୍ଣ ଦାଶ,ଶଙ୍କର୍ଷଣ ଜେନା, ଲକ୍ଷ୍ମିଧର କର, ବସନ୍ତ ବିଶ୍ୱାଳ, ମଦନ କଟୁଆଳ, ହେମନ୍ତ ମଳ୍ଲିକ,ରମେଶ ପହି ପ୍ରମୁଖ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରାଉତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ବିଗତ କିଛିମାସ ହେବ ଏହି ବ୍ଲକରେ ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ ଖାଲି ପଡିଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇ ଯାଇଥିଲା । ଏହାକୁ ତ୍ୱରାନିତ କରି ଆଗେଇ ନେବାକୁ ବିଜେପି ନେତା ଶ୍ରୀ ନାୟକ ଆଶା ପ୍ରକଟ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.