Home ଜିଲ୍ଲା ପରିକ୍ରମା ଶିକ୍ଷକ ମହାସଂଘର କାର୍ଯ୍ୟ କାରିଣୀ ବୈଠକ

ଶିକ୍ଷକ ମହାସଂଘର କାର୍ଯ୍ୟ କାରିଣୀ ବୈଠକ

32

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ବିଦ୍ୟାଳୟ ) ସ୍ତରୀୟ ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିମ୍ବାଧର ସେନାପତିଙ୍କ ସଭାପତିତ୍ୱ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରମୋଦ ବାଜବନ୍ଧ ଓ ପ୍ରାନ୍ତ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଯୋଗ ଦେଇ ଶିକ୍ଷକ ମାନେ କିପରି ବ୍ୟକ୍ତି କେନ୍ଦ୍ରୀୟ ନ ହୋଇ କିପରି ରାଷ୍ଟ୍ର ହିତରେ କାମ କରିବେ, ଶିକ୍ଷା ପଦ୍ଧତିରେ ଭାରତୀୟ ଶିକ୍ଷାର ଆବଶ୍ୟକତା ତଥା ଏକ୍ୟବଧ୍ୟ୍ୟ ଓ ସଂଗଠିତ ହୋଇ କିପରି କାର୍ଯ୍ୟ କରିବା ସେ ବିଷୟରେ ଆଲୋଚନା କରିଥିଲେ। ସହଯୋଗୀତା ଓ ସହଭାଗିତା ରେ ରାଷ୍ଟ୍ରର ଉନ୍ନତି ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା। ସାଧାରଣ ସମ୍ପାଦକ ପ୍ରଶାନ୍ତ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲା ର ସମସ୍ତ ବ୍ଲକରେ ଅତିଶୀଘ୍ର କମିଟି କରାଯାଇ ପାରିବ ତା ଉପରେ ସମ୍ପାଦକ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଳାର ସାଙ୍ଗଠନିକ ତଥା ବିଭିନ୍ନ ସମସ୍ୟା ଉପରେ କର୍ମକତା ମାନେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାର୍ଥସାରଥୀ ଦାଶ, ସୁବ୍ରତ କୁମାର ନାୟକ, ଶ୍ରୀଧର ପଣ୍ଡା,ରଞ୍ଜନ କୁମାର ମହାନ୍ତି, ଉମାକାନ୍ତ ସାହୁ, ଦାମୋଦର ମହାରଣା, ପ୍ରଭାସ କୁମାର ପଣ୍ଡା, ପ୍ରଦୀପ ସେଠି, ସୁବାଷ ବେହେରା, ସମର ପରିଡା,ମନୋଜ ଦୀକ୍ଷିତ ଯୋଗ ଦେଇଥିବା ବେଳେ କୋଷାଧକ୍ଷ ଶ୍ରୀଧର ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.