Home ଜିଲ୍ଲା ପରିକ୍ରମା ଖେଲୋଇଣ୍ଡିଆ ସେଂଟର ଦ୍ୱାରା ଟେନିକଏଟ୍ ଖେଳର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଖେଲୋଇଣ୍ଡିଆ ସେଂଟର ଦ୍ୱାରା ଟେନିକଏଟ୍ ଖେଳର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

12

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ସେଂଟର ଆନୁକୁଲ୍ୟରେ କୋଚ୍ ରାଜେସ୍ କୁମାର ନାୟକ ତତ୍ୱାବଧାନରେ ଟେନିକଏଟ୍ ଖେଳର ଏକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଥିବା ବେଳେ ଅତିଥି ରୂପେ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି ।ଜିଲ୍ଲାର ସମସ୍ତ ମଣ୍ଡଳ ର ବିଭିନ୍ନ ବିଦ୍ୟାଳୟ ରୁ ୪୦ରୁ ଉର୍ଦ୍ଧ ବାଳକ ଓ ବାଳିକା ମାନେ ବିନାଶୁଳ୍କ ରେ ଭାଗନେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଟି ୨୩ ମଇ ରୁ ଆରମ୍ଭ ହେଇଥିଲା ଏହି ପ୍ରଶିକ୍ଷଣ ଶିବିର ଅନ୍ୟତମ ଅତିଥି ରୂପ ଗୋଲକ ନାୟକ (ସଭାପତି ଭଦ୍ରକ ଜିଲ୍ଲା ଟେନିକ ଏଟ୍ ସଂଘ , ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ , ମନୋଜ କୁମାର ସାହୁ (ସଂପାଦକ ଭଦ୍ରକ ଜିଲ୍ଲା ଟେନିକଏଟ ସଂଘ ) , କ୍ରିଡା ଶିକ୍ଷକ ତପନ କୁମାର ମିଶ୍ର , ଶିକ୍ଷକ ସୋମନାଥ ଜେନା ,ସନ୍ତୋଷ କୁମାର ଖିଲାର୍ ,ରବି ନାରାୟଣ ମହାନ୍ତି , ଗଣେଶ ଚନ୍ଦ୍ର ଦତ ଓ ସଂଘର ସଦସ୍ୟ ସୁବାସ ଚନ୍ଦ୍ର ଦୀକ୍ଷୀତ୍ ଓ ଚନ୍ଦନ ଦେ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ଦେବା ସହିତ ଟେନିକଏଟ୍ ଖେଳ କିପରି ସ୍ୱଳ୍ପ ଖର୍ଚ୍ଚ ରେ ଶାରୀରିକ ଦକ୍ଷତା ବଢାଇବା ସହିତ ଏହି ଖେଳକୁ ନିଜର ବୃତି ଭାବେ ଗ୍ରହଣ କରିବାକୁ ପରାମର୍ଶ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.