Home ଜିଲ୍ଲା ପରିକ୍ରମା ଭଦ୍ରକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିତ

ଭଦ୍ରକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିତ

14

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଭିନ୍ନ ସ୍ଥାନରେ ସାବିତ୍ରୀଙ୍କ ଉପାସନା ସମ୍ପନ୍ନ ହୋଇଛି। ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ସୁ୍‌ଖ ସମୃଦ୍ଧି କାମନା କରି ପତିବ୍ରତା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହି ପବିତ୍ର ତିଥୀ ପାଳନ ଅବସରରେ ବହୁ ସଂଖ୍ୟକ ମହିଳା ବିଭିନ୍ନ ପୂଜାସ୍ଥଳୀ ଓ ମଣ୍ଡପରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜିଲାର ପ୍ରସିଦ୍ଧ ବନ୍ତ ବ୍ଲକ୍ ଓଡଙ୍ଗ ଗ୍ରାମର ସାବିତ୍ରୀ ଆଡି ସମେତ ସହରର ଲୋକନାଥ ମନ୍ଦିର, ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିର, ବଙ୍କସାହିସ୍ଥିତ ସାବିତ୍ରୀ ପୀଠ, ବଙ୍କବାସୁଳୀ ମନ୍ଦିର ସମେତ ବିଭିନ୍ନ ସାହି ବସ୍ତିରେ ଥିବା ମନ୍ଦିରରେ ମହିଳାମାନଙ୍କ ଲମ୍ବା ଧାଡ଼ି ସକାଳୁ ଦୃଷ୍ଟିଗୋଚର ହୋଇଥିଲା। ବାଇପାସ୍‌ରେ ଥିବା ଆସିୟାନାର ସ୍ୱଧାର ଗୃହର ସ୍ୱଳ୍ପ ରହଣି କେନ୍ଦ୍ରରେ ଏହି ପର୍ବ ଏହାର ନିର୍ଦ୍ଦେଶିକା ସୋଫିଆ ସେକ୍‌ଙ୍କ ପ୍ରତ୍ୟେକ୍ଷ ତଲ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହାକୁ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଛନ୍ତି। ବିଶେଷକରି ଲୋକନାଥ ମନ୍ଦିରର ପୂଜକ ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ତ୍ରିନାଥ କର, ଗୌରାଙ୍ଗ କର ଓ ହରିହର ଶୁକ୍ଳ ଙ୍କ ଦ୍ୱାରା ଏହି ପୂଜା ସଂପନ୍ନ ହୋଇଥିବାବେଳେ ବହୁ ବ୍ରତଧାରୀ ମହିଳାଙ୍କ ଶଙ୍ଖନାଦ ଓ ହୁଳହୁଳିରେ ପୂଜାସ୍ଥଳ ପ୍ରକମ୍ପିତ ହୋଇଥିଲା। ନୂତନ ଶାଢ଼ୀ ପରିହିତା ମହିଳାମାନେ ବିଭିନ୍ନ ପ୍ରକାରର ଫଳ ମୂଳ ସହ ମନ୍ଦିରରେ ସାବିତ୍ରୀଙ୍କ ଉପାସନା କରିଥିଲେ। ମନ୍ଦିର ବ୍ୟତୀତ ସହରର ବହୁ ବଟବୃକ୍ଷ ମୂଳରେ ମଧ୍ୟ ମହିଳାମାନେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ପ୍ରସିଦ୍ଧ ସାବିତ୍ରୀଆଡ଼ି ଠାରେ ହଜାର ହଜାରେ ବହିଳା ଏକତ୍ରିତ ହୋଇ ସମୂହ ବ୍ରତ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.