Home ଜିଲ୍ଲା ପରିକ୍ରମା ଦିଶା ଏବଂ ୱି ଦି ଚେଞ୍ଜ ପକ୍ଷରୁ ରେଡ଼ିଓ ବୁଲବୁଲ ସହାୟତାରେ ସଚେତନତା ଅଭିଯାନ

ଦିଶା ଏବଂ ୱି ଦି ଚେଞ୍ଜ ପକ୍ଷରୁ ରେଡ଼ିଓ ବୁଲବୁଲ ସହାୟତାରେ ସଚେତନତା ଅଭିଯାନ

19

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରରେ ଥିବା ସ୍ୱେଛାସେବୀ ସଂଗଠନ ଦିଶା ଏବଂ ୱି ଦି ଚେଞ୍ଜ ତରଫରୁ ରେଡ଼ିଓ ବୁଲବୁଲ ସହାୟତାରେ ଚଳିତ ମାସ ମେ ୧୮ ରୁ ଏକ ଅଭିଯାନ ଆରମ୍ଭ ହୋଇଛି । ଯାହା ଜୁନ ମାସ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଯେଉଁଥିରେ ଆମର ମୂଳ ଲକ୍ଷ୍ୟ ରହିଛି କିଶୋରୀ ମାନଙ୍କ ସହ ତାଙ୍କର ଅଭିଭାବକଙ୍କୁ କିପରି ସଚେତନ କରାଇ ମାସିକ ଋତୁସ୍ରାବକୁ ଏକ ସାଧାରଣ କଥା ରେ ପରିଣତ କରିବା ଓ ଏଥିସହ ଜଡିତ ସମସ୍ତ କୁବିଶ୍ୱାସକୁ ଦୂରେଇବା ।ଏହା ସହ କିଶୋରୀ ମାନେ କିପରି ସମସ୍ତଙ୍କ ଦୃଷ୍ଟି ରେ ସେହି ଜଟିଳ ସମୟରେ ଏକ ସାଧାରଣ ପରିବେଶ ରେ ରହିବେ ତଥା ସମସ୍ତଙ୍କ ଠାରୁ ସାଧାରଣ ବ୍ୟବହାର ପାଇବେ, ସେ ଦିଗରେ ଆରମ୍ଭ ହୋଇଯାଇଛି ମାସିକ ଋତୁସ୍ରାବ ର ସଚେତନତା ମୂଳକ କାର୍ଯ୍ୟକ୍ରମ ରେଡ଼ିଓ ବୁଲବୁଲ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ । ଏହି ଅଭିଯାନ ଅନ୍ତର୍ଗତ ରେ ଗତ ୧୮ ଓ ୨୨ ତାରିଖରେ ସ୍ଥାନୀୟ ଚାରମ୍ପା ର ଜାନୁଗଞ୍ଜ ସାହି ଓ ବେଲଦା, ତଥା ଛୋଟ ଶଙ୍କର ପୁର ଏହି ତିନୋଟି ଗ୍ରାମରେ ରେ ଅନେକ କିଶୋରୀ ମାନଙ୍କୁ ନେଇ ଋତୁସ୍ରାବସମ୍ପର୍କିତ ଏକ ବୈଠକ ହୋଇଯାଇଛି । ଏହି ଆଲୋଚନା ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାଇବା ସହ, ଋତୁସ୍ରାବସପର୍କିତ ବହୁ ପ୍ରଭାବି ଭିଡ଼ିଓ ଦେଖାଯାଇଥିଲା ଯାହା ଦ୍ୱାରା ସେଠାରେ ଉପସ୍ଥିତ ପ୍ରତ୍ୟକ ଝିଅ ନିଜ ନିଜ ଭିତରେ ଥିବା କୁବିଶ୍ୱାସ, ସଂକୋଚ, ଓ ଅଜ୍ଞାନକୁ ଦୁରେଇ କିପରି ପିରିୟଡ଼କୁ ଏକ ସାଧାରଣ କଥା ରେ ପରିଣତ କରିବେ ବୋଲି ଶପଥ ପାଠ କରିଥିଲେ । ଏହା ବ୍ୟତିତ, ରେଡ଼ିଓ ବୁଲବୁଲ ଦ୍ୱାରା ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ତଥା କୁଇଜ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କେବଳ ସେତିକି ନୁହେଁ ଅଧିକ ପ୍ରଭାବଶାଳୀ ଫୋଟୋ ଏବଂ ଭିଡ଼ିଓ ମଧ୍ୟ ରେଡ଼ିଓ ବୁଲବୁଲ ପ୍ରସ୍ତୁତ କରି ଥିଲେ, ଯାହା ଦ୍ୱାରା ଏହା ପ୍ରତ୍ୟକ ଯୁବସମାଜ ଉପରେ ପ୍ରଭାବ ପକାଇବା ବୋଲି ଦୃଢ ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.