Home ଜିଲ୍ଲା ପରିକ୍ରମା ନାଳ ଭିତରେ ନିର୍ମିତ ହେଉଛି ଧୁଷୁରୀର ସାହସପୁର ମାର୍କେଟ କମ୍ପେ୍ଲକ୍ସ

ନାଳ ଭିତରେ ନିର୍ମିତ ହେଉଛି ଧୁଷୁରୀର ସାହସପୁର ମାର୍କେଟ କମ୍ପେ୍ଲକ୍ସ

29

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସାହସପୁର ଗ୍ରାମ ପଂଚାୟତ ପାଇଁ ଅନୁମୋଦିତ ହୋଇଥିବା ୧୦ ଲକ୍ଷ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ ନିର୍ମାଣରେ ମହା ଦୁର୍ନୀତି ହୋଇଥିବା ଦେଖିବାକୁ ମିଳୁଛି। ସୂଚନାରୁ ପ୍ରକାଶ ସାହସପୁର ପଂଚାୟତ ଅଧୀନ ପନ୍ଦର ବାଟିଆ ଗ୍ରାମ ଗ୍ରାମରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। ଯାହାକୁ ନେଇ ରାଜସ୍ୱ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ସାହସପୁର ପଂଚାୟତର ପନ୍ଦରବାଟିଆରେ ଏକ ସ୍ଥାନ ମଧ୍ୟ ନିରୂପଣ କରିଥିଲେ। ମାତ୍ର କିଛି ଲୋକ ଏବଂ ବିଭାଗୀୟ ଅଧିକାରୀ ନିଜସ୍ୱ ସ୍ୱାର୍ଥ ହାସଲ କରିବା ପାଇଁ ଚଂଚକତା କରି ଉକ୍ତ କାର୍ଯ୍ୟକୁ ସାହସପୁର ପଂଚାୟତରେ ନକରି ଧୂଷୁରୀ ପଂଚାୟତ ଅଧୀନ ସୂର୍ଯ୍ୟପୁର ମୌଜାରେ ଏକ ଗୋଚର ଜମି ୧୦ ଫୁଟ ଖାଲ ଥିବା ନାଳ ଭିତରେ କରାଯାଉଛି।ଅନୁମୋଦିତ ଦଶ ଲକ୍ଷ ଟଙ୍କାରୁ ଛଅ ଲକ୍ଷ ଟଙ୍କା ପାଣିରେ ବୁଡିବ ଆଉ ଭଦ୍ରକ ଆରଡ଼ି ରାସ୍ତା ଆଗକୁ ସମ୍ପ୍ରସାରଣ ହେଲେ ଉକ୍ତ ବିଲଡିଙ୍ଗଟି ନଷ୍ଟ ହେଇଯିବ ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତ ପ୍ରକାଶ କରିଛନ୍ତି। ଏପରିକି ଯେଉଁ ଫଳକଟି ମାତିତଳେ ନିର୍ମାଣ କରାଯାଇଛି ତାହା ସାମାନ୍ୟ ବର୍ଷା ହେଲେ ଅନ୍ଧାରକୁ ଚାଲିଯିବ ବୋଲି ଅନୁମାନ ମଧ୍ୟ କରାଯାଉଛି।ଏଠି ପ୍ରଶ୍ନ ଉଠୁଛି ସାଧାରଣ ଜନତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବର୍ତମାନ କାହା ନିର୍ଦ୍ଦେଶରେ ଏପରି ଅନିୟମିତତା କାର୍ଯ୍ୟ ଚାଲୁଅଛି। ବର୍ତମାନ ଉକ୍ତ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ମାନେ ଭଦ୍ରକ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଏବଂ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.