Home ଜିଲ୍ଲା ପରିକ୍ରମା ସରମରାରେ ଅଗ୍ନିକାଣ୍ଡ,୧୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ, ବିପନ୍ନଙ୍କୁ ସହାୟତା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ...

ସରମରାରେ ଅଗ୍ନିକାଣ୍ଡ,୧୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ, ବିପନ୍ନଙ୍କୁ ସହାୟତା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ବିଧାନସଭା ନେତା ସୁଧାଂଶୁ

25

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ତହସିଲ୍ ଅଧିନ ଓଡଙ୍ଗ ପଂଚାୟତ ସରମରା ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରରେ ଅଗି୍ନକାଣ୍ଡ ଘଟି ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ଏଥିରେ ୨ ଜଣ ବ୍ୟକ୍ତି ଗୁରୁତ୍ୱର ହୋଇଛନ୍ତି । ଖବରରୁ ପ୍ରକାଶ ଯେ ଗ୍ରାମର କାଳନ୍ଦୀ ଚରଣ ସାହୁ,ମଧୁସୂଦନ ସାହୁ, ହରେକୃଷ୍ଣ ସାହୁ, ଅନାମ ସାହୁ, ସୁଭଦ୍ରା ସାହୁ, ତିଳୋତମା ସାହୁ ଙ୍କ ମୋଟ୍ ୬ ବଖରା ଘରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଫଳରେ ଗୃହ ମଧ୍ୟରେ ଥିବା ମୂଲ୍ୟବାନ୍ ଟିଭି, ଫ୍ରିଜ୍‌, ଗଡ୍ରେଜ୍ , ଅଳଙ୍କାର ସମେତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇ ଥିବା ବେଳେ ହରେକୃଷ୍ଣ ସାହୁ ଓ ମାଗୁଣି ସାହୁ ଙ୍କର ହାତ, ପିଠି, ଗୋଡ ପୋଡି ଯାଇଛି । ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧିକାରୀଙ୍କ ତତ୍ୱାବଧାନରେ ଆଗରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ଦେବାରୁ ଆଗରପଡାରୁ ଦମକଳ ଯାଇ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ଘଟିଥିବା ଅନୁମାନ କରାଯାଉଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଅଗ୍ନି ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ଏହି ଘଟଣାର ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ ଅଗ୍ନି ବିପନ୍ନ ୬ ପରିବାରଙ୍କୁ ଭେଟି ସମବେଦନା ଜଣାଇ ବ୍ୟକ୍ତିଗତ ସହାୟତା କରିବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗେଇ ଦେବାକୁ ସ୍ଥାନୀୟ ନେତୃତ୍ୱ, ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଶ୍ରୀ ସାମଲଙ୍କ ସମେତ ବରିଷ୍ଠ ନେତା ଅଲେଖ ସାହୁ, ସ୍ଥାନୀୟ ପୂର୍ବତନ ସରପଂଚ ବୁବୁନା ପଢ଼ିଆରି, ଯୁବନେତା ଲାଲା ସ୍ୱାଇଁ, ବିକାଶ ଶ୍ରେଷ୍ଠା, ସୌମେନ୍ଦ୍ର ସାହୁ, ଶିଶିର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ସାଂସଦ ଅଭିମନ୍ୟୁ ସେଠୀଙ୍କ ପରାମର୍ଶ କ୍ରମେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଶୁଂ ଶେଖର ନାୟକ,ସାଂସଦ ପ୍ରତିନିଧି ସନ୍ତୋଷ ନାୟକ ଘଟଣା ସ୍ଥଳରେ ପହଂଚି ବିପନ୍ନ ପରିବାରଙ୍କୁ ତୁରନ୍ତ ଶୁଖିଲା ଖାଦ୍ୟ ବଂଟନ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହ ସରକାରଙ୍କ ପକ୍ଷରୁ ତୁରନ୍ତ କିପରି ସହାୟତା ମିଳି ପାରିବ ସେ ନେଇ ବନ୍ତ ତହସିଲଦାର ସାରା ହେମ୍ବ୍ରମ ଙ୍କୁ ଅବଗତ କରାଯାଇଥିବା ବେଳେ ଅର୍ନ୍ତୋଦ୍ୱୟ ଯୋଜନାରେ ସେମାନେ କିପରି ଗୃହ ପାଇ ପାରିବେ ସେ ନେଇ ପ୍ରତିଶୃତି ଦେଇଥିଲେ । ବ୍ଲକ ପ୍ରସାଶନ ପକ୍ଷରୁ ପଂଚାୟତ ନିର୍ବାହୀ ଅଧିକାରୀ ଜୟପ୍ରକାଶ ମହାପାତ୍ର ଙ୍କୁ ଘଟଣାସ୍ଥଳକୁ ଡକାଇ୧୫ ଦିନ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ସହ ତୁରନ୍ତ ୨ କ୍ୱିଂଟାଲ୍ ଚାଉଳ ଓ ତହସିଲ୍ ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯାଇଥିଲା । ସାମାଜିକ କର୍ମୀ ସୁକାନ୍ତ ସାହୁ, ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.