Home ଜିଲ୍ଲା ପରିକ୍ରମା ୩୧ତମ ଜାତୀୟ ସ୍ତରୀୟ ଉପ କନିଷ୍ଠ ନେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ୫ ଖେଳାଳୀ...

୩୧ତମ ଜାତୀୟ ସ୍ତରୀୟ ଉପ କନିଷ୍ଠ ନେଟବଲ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ୫ ଖେଳାଳୀ ମନୋନୀତ

12

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟପ୍ରଦେଶ ର ଇନ୍ଦୋର ଷ୍ଚାଡ଼ିୟମ୍ ରେ ଆରମ୍ଭ ହେବାକୁ ଯାଉଥିବା ୩୧ ତମ ଜାତୀୟ ଉପକନିଷ୍ଠ ନେଟବଲ୍ ପ୍ରତିଯୋଗିତା ଟି ୨୬ ମଇ ରେ ଆରମ୍ଭ ହୋଇ ୩୧ ମଇ ୨୦୨୫ ରେ ସମାପ୍ତ ହେବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୨ ଜଣିଆ ବାଳକ ଓ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ଧର୍ମେଶ ନାରାୟଣ ସାହୁ , ଡି ପି ଅସ୍ମିତ କୁମାର ସ୍ଥାନ ପାଇଥିବା ବେଳେ ବାଳିକା ବିଭାଗ ରେ ପ୍ରିୟଙ୍କା ତ୍ରିପାଠୀ , ଜିସ୍ମୟୀ ନାୟକ ଓ ସ୍ୱୟଂଶ୍ରୀ ଭଞ୍ଜ ସ୍ଥାନ ପାଇଛନ୍ତି । ଧର୍ମେଶ ଓ ଡି ପି ଅସ୍ମିତ ଏସ ବି ଡି ଇଂଟରନେସନାଲ୍ ସ୍କୁଲ ର ଅଧ୍ୟୟନ କରୁଥିବା ବେଳେ ପ୍ରିୟଙ୍କା , ଜିସ୍‌ଶୟୀ ଓ ସ୍ୱୟଂଶ୍ରୀ ସରକାରୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ,ଏସବିଡି ଇଂଟରନେସନାଲ ସ୍କୁଲ ର ଅଧ୍ୟକ୍ଷ, ଚେୟାରମେନ୍ ଓ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷାୟତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ନେଟବଲ୍ ସଂଘ ର ସଂପାଦକ ମନୋଜ କୁମାର ସାହୁ , ସଭାପତି ତନ୍ମୟ କୁମାର ମହାନ୍ତି କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବେହେରା, ଓ ଉପସଭାପତି ମନୋଜ ଦାଶ୍ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.