Home ଜିଲ୍ଲା ପରିକ୍ରମା ନିର୍ମାଣଧୀନ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ, ବିକାଶର ଧାରା ସହିପାରୁନାହାନ୍ତି ବିଜେଡି...

ନିର୍ମାଣଧୀନ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ, ବିକାଶର ଧାରା ସହିପାରୁନାହାନ୍ତି ବିଜେଡି ନେତା- ଭାଜପା

14

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହ ପଂଚାୟତରେ ନୂଆକରି ଆରମ୍ଭ ହୋଇଥିବା ଗ୍ରାମ୍ୟ ଉନ୍ନୟନ ର ଏକ ରାସ୍ତାକୁ ନେଇ ରାଜନୀତି ଜୋର ଧରିଛି । ଶନିବାର ଦିବା ୧୨ ଘଟିକା ସମୟରେ ତେନ୍ତୁଲିଢିଅ ପଂଚାୟତ ମୂଳ କାଇମା ଗାଁ ନିକଟରେ ବିଜେଡି ପକ୍ଷରୁଏକ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଓ ତେନ୍ତୁଲିଡିହ ପଂଚାୟତ ସରପଂଚଙ୍କ ପ୍ରତିନିଧି ସମେତ ସ୍ଥାନୀୟ ବିଜେଡି ନେତାମାନେ ରାସ୍ତା କାମକୁ ବିରୋଧ କରିବା ସହ ଏହି ରାସ୍ତା ଟି ପ୍ଳାନିଙ୍ଗ ଅନୁଯାଇ ହେଉ ନଥିବା କଥା କହୁଥିବା ଶହ ଚାନ୍ଦବାଲି ବିଧାୟକ ଙ୍କ ଉଦ୍ୟମ କ୍ରମେ ଏହି ରାସ୍ତା ପାଇଁ ଶୁଭ ଉଦ୍ଘାଟନ କରାଯାଇଥିଲା । ପୂର୍ବରୁ ଏହାର ନକ୍ସା ଅନୁସାରେ ତେନ୍ତୁଲିଡିହ, କମଳପୁର ଗାଁ ଦେଇ ଆମ୍ବୁଲ, ବେହେରାପାରୀଦେଇ ଦିହବିଲି, ମୂଳ କାଇମା ପର୍ଯ୍ୟନ୍ତ ଏହି ରାସ୍ତା ଯିବ ବୋଲି ମୂଳ ପ୍ଳାନିଙ୍ଗ ହୋଇଥିଲା ଏବଂ ଗ୍ରାମ୍ୟ ଉନ୍ନୟନ କର୍ତୃପକ୍ଷ ଏହାକୁ ଆପ୍ରୁଭ ମଧ୍ୟ କରିଥିଲେ ମାତ୍ର ବର୍ତମାନ ଠିକାଦାର ଏବେ ଶାଶକ ଦଳ କଥା ରେ ପରିଚାଳିତ ହୋଇ ଏହାକୁ ମୂଳ ପ୍ଲାନିଂ ଅନୁଯାଇ କରୁ ନାହାନ୍ତି ବୋଲି ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ବରିଷ୍ଠ ଭାଜପା ନେତା ତ୍ରିଲୋଚନ ବେହେରା କହିଛନ୍ତି ପୂର୍ବରୁ ବିଜେଡି ସରକାର କେବଳ ଫଳକ ମାରିଲୋକଙ୍କୁ ଭୁଆଁ ବୁଲେଇ ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଇ ଅର୍ଥ ହଡପ କରିନେଇଥିଲେ ମାତ୍ର ଓଡିଶାରେ ଭାଜପା ସରକାର ଆସିବା ପରେ ମନମୋହନ ସାମଲ ଙ୍କ ଆଗ୍ରହ କ୍ରମେ ଏହି ରାସ୍ତା କାମ ସଠିକ ଭାବେ ଚାଲିଥିବା ବେଳେ କିଛି ବିଜେଡି ନେତା ମାନେ ବିଜେପି ର ଏହି ବିକାଶ ଧାରା କୁ ସହି ପାରୁ ନାହାନ୍ତି। ଗ୍ରାମ୍ୟ ଉନୟନ ବିଭାଗ ର କାର୍ଯ୍ୟାଦେଶ ଅନୁଯାଇ ସଠିକ କାମ ହେଉଛି ବୋଲି ବିଜେପି ଦାବୀ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟ ସରକାର ଙ୍କ ନିର୍ଦେଶାନୁଯାଇ ନିର୍ମାଣ ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.