Home ଜିଲ୍ଲା ପରିକ୍ରମା ଭଦ୍ରକ ଆରଡ଼ି ମନ୍ଥର ରାସ୍ତା କାର୍ଯ୍ୟକୁ ନେଇ ଖୁବ୍ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୈତରଣୀ ସୁରକ୍ଷା...

ଭଦ୍ରକ ଆରଡ଼ି ମନ୍ଥର ରାସ୍ତା କାର୍ଯ୍ୟକୁ ନେଇ ଖୁବ୍ ଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୈତରଣୀ ସୁରକ୍ଷା ମଂଚ

22

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଆରଡି଼ଧାମକୁ ସଂଯୋଗ କରୁଛି ଭଦ୍ରକ-ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଭଦ୍ରକ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଏହି ସଡ଼କର ସମ୍ପ୍ରସାରଣ ନିମନ୍ତେ ପଂଚାୟତ ନିର୍ବାଚନ-୨୦୨୨ ପୂର୍ବରୁ ୪୦ କୋଟି ଟଙ୍କାର ପଂଚାୟତ ଅନୁଦାନରେ ଅର୍ଣ୍ଣପାଳରେ ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସର ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ କୌଣସି କାମ ହୋଇ ପାରିନଥିଲା। ୨୪ ମସିହା ଶେଷରେ କାମ ଆରମ୍ଭ ହୋଇଥିଲା ବେଳେ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ପରେ ବି ଏହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଆରଡ଼ି ଛକ ଠାରୁ ଆରଡ଼ି ଯାଏଁ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେଲା ନାହିଁ। ପୁଣି ବିଶେଷ କରି ଧୁଷୁରି ଠାରୁ ଓଲଙ୍ଗ ଦରଖଣ୍ଡିଆ ଅବସ୍ଥାରେ ରହିଛି। ଧୁଷୁରି ଠାରୁ ଆରଡ଼ି ପ୍ରାୟ ୧୫ କିଲୋମିଟର ରାସ୍ତା ଏଯାଏଁ ଖାଲଖମାରେ ରହିଛି।ଏହି ସ୍ଥାନରେ ବନ୍‌ଯା ସମୟରେ ର ପ୍ରବଳ ସ୍ରୋତ ପ୍ରବାହିତ ହେଉଥିବା ହେତୁ ଅଂଚଳବାସୀ ପ୍ରାୟ ୫ ଶହ ମିରେ ରାସ୍ତାକୁ ଉଚ୍ଚା କରିବା ସହ ହ୍ୟୁମ ପାଇପ ପକାଇବା ପାଇଁ ଦାବି କରିଛନ୍ତି। ରାସ୍ତା କାର୍ଯ୍ୟ ଅତିଁ ନିମ୍ନ ମାନର ସହ ମନ୍ଥର ହେଉଥିବାରୁ ଲୋକ ଅତିଷ୍ଠ ହୋଇ ପଡିଲେଣି। ବର୍ଷ ବର୍ଷ ବିତି ଗଲାଣି କିନ୍ତୁ କାର୍ଯ୍ୟ ର କୌଣସି ଅଗ୍ରଗତି ଦିଶୁନି। ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆଉ କିଛି ଦିନ ପରେ ମୌସୁମୀ ଆଗମନରେ ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ସମ୍ଭବ ହେବ ନାହିଁ। ଏଥିପ୍ରତି ଦାବି ହୋଇଛି। ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।ବୈତରଣୀ ସୁରକ୍ଷା ମଂଚ ର ସଦସ୍ୟ ଗଣ ସଭାପତି ସନ୍ତୋଷ ରାୟ, ସମ୍ପାଦକ ରତିକାନ୍ତ ନାୟକ, ଉପଦେଷ୍ଟା ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧୁଶୁରି ଜିଲ୍ଲା ପରିଷଦ ପ୍ରଦୀପ କୁମାର ମଲ୍ଲିକ, ଧୁସୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ବରିଷ୍ଠ ଆଇନଜୀବି ଉଚ୍ଚ ନ୍ୟାୟାଳୟ ର ଦେବାଶିଷ ସାମଲ ପ୍ରମୁଖ ଏହି ପରିପ୍ରେକ୍ଷୀରେ ଚଳିତ ମାସ ୫ ତାରିଖ ରେ ରାସ୍ତା ଓ ଗୃହ ବିଭାଗର ମୁଖ୍ୟ ଦେବୀ ପ୍ରସନ୍ନ ଘୋଷ ଙ୍କୁ ଭେଟି ଥିଲେ। ସେ କହିଥିଲେ ମେ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ ହେବ। କିନ୍ତୁ ମେ ମାସ ଶେଷ ହେଲାଣି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ। ପୁଣି ଯୋଗାଯୋଗ କରିବାରୁ ସେ କହିଲେ ଖୁବ୍ ଶୀଘ୍ର ଟେଣ୍ଡର କ୍ୟାନ୍ସଲ୍ କରି, ପ୍ପେନାଲ୍ଟି ଲଗାଯିବା ସହ ନୂତନ ଟେଣ୍ଡର ପାଇଁ ବିଜ୍ଞାପନ ପ୍ରକାଶ କରାଯିବ। ଖୁବ୍ ଶୀଘ୍ର ରାସ୍ତା କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ପ୍ରତିଶ୍ରୁତି ନ ରଖିଲେ ବୈତରଣୀ ସୁରକ୍ଷା ମଂଚ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.