Home ଜିଲ୍ଲା ପରିକ୍ରମା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ପ୍ରଚେଷ୍ଟାରେ ନିଯୁକ୍ତି ମେଳା, ଭାଗ ନେଲେ ୩୭୫ ଯୁବକ ଯୁବତୀ

ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ପ୍ରଚେଷ୍ଟାରେ ନିଯୁକ୍ତି ମେଳା, ଭାଗ ନେଲେ ୩୭୫ ଯୁବକ ଯୁବତୀ

14

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳି ସ୍ଥିତ ଭଦ୍ରକ ଇଞ୍ଜିନିୟରିଂ ସ୍କୁଲ ଆଣ୍ଡ ଟେକ୍ନୋଲୋଜି (ବେଷ୍ଟ) ପରିସରରେ ଶନିବାର ସଫ୍ଟୱେର କମ୍ପାନୀ ଟେକ୍ ମହିନ୍ଦ୍ରା ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ଓ ଉଚ୍ଚଶିକ୍ଷା ବିଭାଗ ସହ ସମନ୍ୱୟ ରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ୪୮୦ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ। ଟେକ୍ ମହିନ୍ଦ୍ରା ର ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟର ମାନବ ସମ୍ବଳ ଅଧିକାରୀ ଓ ପରିଚାଳକଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେଇ ୩୭୫ ଜଣ ଯୁବକ ଯୁବତୀ ଙ୍କ ସାକ୍ଷାତକାର ନେଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତି ପଂଚାୟତ ରୁ ଶହେ ଜଣଙ୍କୁ ଚାକିରି ଦେବାକୁ ଘୋଷଣା କରିଥିଲେ। ମନ୍ତ୍ରୀ ହେବା ପରଠାରୁ ଧାମନଗର ର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି କ୍ରମାଗତ ଭାବେ ପଦକ୍ଷେପ ନେଇ ଆସିଛନ୍ତି। ପୂର୍ବରୁ ଦୁଇ ଦୁଇଥର ନିଯୁକ୍ତି ମେଳା ଆୟୋଜନ କରିଥିବା ବେଳେ ଆଜି ପୁଣି ଆଉ ଗୋଟିଏ ଶିବିର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.