Home ଜିଲ୍ଲା ପରିକ୍ରମା ଧାମରାଇ ମନ୍ଦିର ପରିଚାଳନା କମିଟିରେ ଅନିୟମିତା, ଅଭିଯୋଗ କରିବାରୁ ମାଡ ଖାଇ ଥାନାରେ ଅଭିଯୋଗ

ଧାମରାଇ ମନ୍ଦିର ପରିଚାଳନା କମିଟିରେ ଅନିୟମିତା, ଅଭିଯୋଗ କରିବାରୁ ମାଡ ଖାଇ ଥାନାରେ ଅଭିଯୋଗ

8

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ଥିବା ପ୍ରସିଦ୍ଧ ମା ଧାମରାଇ ମନ୍ଦିର ପରିଚାଳନା କମିଟିରେ ବିଭିନ୍ନ ଅନିୟମିତା ହୋଇଆସୁଥିବା ନେଇ ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେବ ଏହି ପରିଚାଳନା କମିଟି ଦାୟିତ୍ୱରେ ଥିବା ଅସ୍ଥାୟୀ ସଭାପତି ବିଭିନ୍ନ ଅନିୟମିତତା ରେ ଲିପ୍ତ ଥିବା କଥା ସଦସ୍ୟ ମାନେ ଅଭିଯୋଗ ଆଣିଲେ ସେମାନଙ୍କୁ କମିଟି ମଧ୍ୟରୁ ବାହାର କରିଦେବାକୁ ଧମକ ମଧ୍ୟ ଦିଆଯାଉଛି। ପ୍ରାପ୍ତ ଖବର ଅନୁଯାଇ ପ୍ରତିବର୍ଷ ମକର ମେଳା ସମୟରେ ଏହି ମେଳାରୁ ଲକ୍ଷାଧିକ ଟଙ୍କା ଆୟ ହୋଇଥାଏ। ଜାଗା ଭଡା, ବିଦ୍ୟୁତ ଆୟ, ମନ୍ଦିର ହୁଣ୍ଡି ଏବଂ ଅନ୍ୟାନ୍ୟ ଆୟରୁ ମନ୍ଦିର କମିଟି କୁ ଏହି ଅର୍ଥ ଆସିଥାଏ। ଦୀର୍ଘ ୧୫ବର୍ଷ ହେବ ଏହି ମନ୍ଦିର ପରିଚାଳନା କମିଟିର ସଭାପତି ଏବଂ ସଂପାଦକ ପଦବୀରେ ଥିବା ବ୍ୟକ୍ତି ବିଶେଷ ଜାଣିଶୁଣି ଏହି ପଦବୀ ଛାଡିବାକୁ ନାରାଜ ଏପରିସ୍ଥିତିରେ ମନ୍ଦିର ପରିଚାଳନା କମିଟିର ଅସ୍ଥାୟୀ ସଭାପତି ଆର୍ଥିକ ବ୍ୟବସ୍ଥା କୁ ନିଜ ହାତରେ ରଖିଆସୁଛନ୍ତି। ଗତ ୨୩ ତାରିଖ ଦିନ ଏହି କମିଟିର ଜଣେ ସଦସ୍ୟ ଗୋପାଳ ମାଝୀ ଏହି ଆୟବ୍ୟୟ ଅନିୟମିତତା ଉପରେ ପ୍ରଶ୍ନ କରିବାରୁ ସେହି ପରିଚାଳନା କମିଟିର ୨ଜଣ ସଦସ୍ୟ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଛନ୍ତି। ଏ ନେଇ ଗୋପାଳ ମାଝୀ ଧାମରା ଥାନାରେ ସଂପୃକ୍ତ ୨ ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି। ଏହି ବିଷୟରେ ଧାମରା ଥାନାଧିକାରୀ ଙ୍କୁ ପଚାରିବାରୁ ସେ ଅଭିଯୋଗ ହୋଇଛି ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.