Home ଜିଲ୍ଲା ପରିକ୍ରମା ଭଡ଼ାରେ ଲାଗିଛି ଫାର୍ମାସିଷ୍ଟ ସାର୍ଟିଫିକେଟ, ବଢୁଛନ୍ତି କ୍ୱାକ ଡକ୍ଟର

ଭଡ଼ାରେ ଲାଗିଛି ଫାର୍ମାସିଷ୍ଟ ସାର୍ଟିଫିକେଟ, ବଢୁଛନ୍ତି କ୍ୱାକ ଡକ୍ଟର

14

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକର ଗାଁ ଗଣ୍ଡାରେ ବିଭିନ୍ନ ସ୍ଥାନରେ ଛତୁ ଫୁଟିବା ପରି ଔଷଧ ଦୋକାନ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଏହି ଔଷଧ ଦୋକାନ ଖୋଲାଯିବାର ମାତ୍ର ଏକମାସ ମଧ୍ୟରେ ଦୋକାନି ଜଣକ ସ୍ଥାନୀୟ ଅଂଚଳର କ୍ୱାକ୍ ଡ଼କ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଦେଉଛନ୍ତି । ଯାହା ଫଳରେ ସାଧାରଣ ଲାକଙ୍କର ଜୀବନ ଚାଲିଯାଉଛି। । ଆଉ ଏହି ଔଷଧ ଦୋକାନୀଙ୍କର ନା ଅଛି କୌଣସି ସାର୍ଟିଫିକେଟ୍ ନା ଅଛି ଲାଇସେନ୍ସ । ହେଲେ ବିଭାଗୀୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ଧୁଷୁରି, ଅସୁରାଳି , ବେତାଳି ଗାଁ, ଧାମନଗର ସହରରେ ଔଷଧ ଦୋକାନ ଗୁଡ଼ିକ କିଛି ଟା ନିୟମକୁ ମାନି ଚଳିଥିବାବେଳେ ଗାଁ ଗଣ୍ଡାରେ ପରିବା ଦୋକାନୀଠାରୁ ଆରମ୍ଭ କରି ତେଜରାତି ଦୋକାନୀ ମଧ୍ୟ ଔଷଧ ବିକ୍ରୀ କରୁଛନ୍ତି । ଏପରିକି ସାଇକେଲରେ ମଧ୍ୟ କେତେକ କ୍ୱାକ୍ ଦୋକାନି ଝୁଲାରେ ଔଷଧ ପକାଇ ଘରକୁ ଘର ବୁଲି ଔଷଧ ବିକ୍ରି କରୁଛନ୍ତି।ଧୁଷୁରି ସମେତ ଆଖପାଖ ପାଖ ଅଂଚଳରେ ଥିବା କେତେକ ଔଷଧ ଦୋକାନୀ ଫାର୍ମାସିଷ୍ଟ ଲାଇସେନ୍ସ ଭଡାରେ ଆଣି ଦୋକାନ ଖୋଲିଥିବା ଅଭିଯୋଗ ମିଳିଛି। ବିଶେଷ କରି ଛତୁ ଫୁଟିବା ପରି ଗାଁ ଗଣ୍ଡାରେ ରେ ଔଷଧ ଦୋକାନ ଖୋଲାଯାଉଛି ସତ ହେଲେ ସେହି ଦୋକାନୀମାନେ ଯେପରି ନିଜେ କ୍ୱାକ୍ ଡାକ୍ତର ସାଜି ରୋଗୀଙ୍କୁ ଔଷଧ ବିତରଣ ସମେତ ଇଞ୍ଜେକ୍ସନ ନଦିଅନ୍ତି ସେଥିପ୍ରତି ବିଭାଗୀୟ ଅଧୁକାରୀ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି । ଯେଉଁ ଔଷଧ ଦୋକାନୀଙ୍କ ଔଷଧ କାମ କରୁଛି ସେ ଆଗାମୀ ଦିନରେ ନିଜେ ଏକ କ୍ଲିନିକ୍ ଖୋଲିଦେଉଛନ୍ତି। ଗାଁ ଗଣ୍ଡାରେ ଥିବା ତେଜରାତି ଦୋକାନର ଔଷଧ ଦୋକାନ ଗୁଡିକ ଉପରେ ପ୍ରଶାସନ ଦୃଷ୍ଟି ଦେବା ସହିତ ବିଭାଗୀୟ ଅଧୁକାରୀମାନେ ଧାମନଗର , ଧୁଶୁରି, ବେତାଳି ଗାଁ ର ବିଭିନ୍ନ ଔଷଧ ଦୋକାନ ଗୁଡିକରେ ଚଢଉ କରି ସମସ୍ତ ଔଷଧ ଯାଂଚ କରିବାକୁ ସାଧାରଣରେ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.