ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ପୁଲିସକୁ ଚକମା ଦେଖାଇ ଆସାମୀ ଫେରାର ହୋଇ ଯାଇଥିବା ବେଳେ ପୁନଶ୍ଚ ଏକ ପରିତ୍ୟକ୍ତ ଗୋରୁ ଗୁହାଳ ମଧ୍ୟରୁ ସଂପୃକ୍ତ ଆସାମୀକୁ ଗିରଫ କରିଛି ପୁଲିସ। ଏଭଳି ଏକ ଚର୍ଚାର ବିଷୟ ପାଲଟିଛି ବାଂଶଡା ଥାନା ପୁଲିସକୁ ନେଇ। ପ୍ରାପ୍ତ ଖବର ଅନୁଯାଇ ଘଂଟେଶ୍ୱର ଫାଣ୍ଡି ଅଧିନସ୍ଥ ବ୍ରହ୍ମଟିକ୍ରି ଗ୍ରାମର ଏକ ନାବାଳିକାକୁ ବାରାକୋହ୍ଲା ଗ୍ରାମର ନୀଳମଣୀ ରାଉତ ଗତ ଡିସେମ୍ବର ମାସରେ ନେଇ ଫେରାର ହୋଇ ଯାଇଥିଲା। ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ନାବାଳିକା ଝିଅଙ୍କ ପିତା ଏ ନେଇ ବାରମ୍ବାର ବାଂଶଡା ଥାନାର ଦ୍ୱାରସ୍ଥ ହୋଇ ଶେଷରେ ଭଦ୍ରକ ଏସପିଙ୍କ ଅଫିସ ଆଗରେ ଧାରଣା ଦେବ ବୋଲି ଅଭିଯୋଗ କରିବା ପରେ ମଧ୍ୟ ପୁଲିସ ପ୍ରଶାସନ ସଂପୃକ୍ତ ନାବାଳିକା କୁ ଉଦ୍ଧାର କରିବାରେ ସଫଳ ହୋଇ ପାରି ନଥିଲା। ଗତ ମଙ୍ଗଳବାର ଦିନ କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ଆସାମୀ ନିଜର ନାବାଳିକା ପତ୍ନୀକୁ ଧରି ଆସି ନିଜ ଗ୍ରାମ ବାରାକୋହ୍ଲା ରେ ଥିବା ଖବର ପାଇଥିଲା ପୁଲିସ।ନୀଳମଣି ଙ୍କ ଘର ଉପରେ ଚଢାଉ କରି ସଂପୃକ୍ ନାବାଳିକା ଏବଂ ଆସାମୀ କୁ ଧରି ବୁଧବାର ଦିନ ବାଂଶଡା ଥାନାକୁ ଆଣିଥିଲେ। ଡାକ୍ତରୀ ଟେଷ୍ଟ ପାଇଁ ସଂପୃକ୍ତ ନାବାଳିକା ଏବଂ ନୀଳମଣୀ କୁ ଧରି ବାଂଶଡା ପୁଲିସ ଭଦ୍ରକ ମେଡିକାଲକୁ ଯାଇଥିବା ବେଳେ ମେଡିକାଲ ପରିସରରୁ ସଂପୃକ୍ତ ଆସାମୀ ଫେରାର ହୋଇ ଯାଇଥିଲା। ପରେ ମେଡିକାଲ ନିକଟରେ ଥିବା ଏକ ପରିତ୍ୟକ୍ତ ଗୋରୁ ଗୁହାଳରୁ ସଂପୃକ୍ତ ଆସାମୀକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। ସଂପୃକ୍ତ ନାବାଳିକାକୁ ଡାକ୍ତରୀ ରିପୋର୍ଟ ପରେ ଆଶିୟାନାରେ ଛାଡି ଦେଇଥିଲେ। ମାତ୍ର ଆସାମୀ କୁ ଧରିବାରେ ଅହେତୁକ ବିଳମ୍ବ ହୋଇ ଥିବାରୁ ବାଂଶଡା ପୁଲିସ ପୁନଶ୍ଚ ସଂପୃକ୍ତ ଆସାମୀକୁ ଧରି ବାଂଶଡା ଥାନାକୁ ଫେରିବାକୁ ବାଧ୍ୟ ହୋଇଥିଲା। ଏହି ନାବାଳିକା ଅପହରଣ ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ବାଂଶଡା ପୁଲିସର ପାରିବାର ପଣିଆ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ଆସାମୀ ନୀଳମଣି ରାଉତ ନାବାଳିକାକୁ ଅପହରଣ କରିବାର ଦୀର୍ଘ ୫ ମାସ ପରେ ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଥିବା ବାଂଶଡା ପୁଲିସ ର କାର୍ଯ୍ୟକଳାପ କୁ ନେଇ ମଧ୍ୟ ଚର୍ଚା ଚାଲିଛି। ଏ ନେଇ ଗତ ଡିସେମ୍ବର ମାସରେ ବାଂଶଡା ଥାନାରେ ୪୦୪/୨୪ରେ ଏକ କେସ ରୁଜୁ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ନାବାଳିକା ଫେରାର ଘଟଣା, ବାଂଶଡା ପୁଲିସକୁ ଚକମା ଦେଖାଇ ଆସାମୀ ଫେରାର, ଗୁହାଳ ମଧ୍ୟରୁ ଗିରଫ...








