Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ପଂଚାୟତ ସମିତି କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ୧୬୦ ଅଭିଯୋଗ ଆଗତ

ଚାନ୍ଦବାଲି ପଂଚାୟତ ସମିତି କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ୧୬୦ ଅଭିଯୋଗ ଆଗତ

3

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଂଚାୟତ ସମିତି କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲାପାଳ ଦିଲିପ ରାୟତ ରାୟ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ମାଡକର ସନ୍ଦୀପ ସମ୍ପତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ପିଡି ଶୁଭେନ୍ଦ୍ର ସାମଲ, ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ,ତହସିଲଦାର ଏବଂ ଅନ୍ୟାନ୍ୟ ବିଭିନ୍ନ ବିଭାଗର ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ। ୧୬୦ଟି ଅଭିଯୋଗ ହୋଇ ଥିବା ବେଳେ ମୁଖ୍ୟତଃ ବାତ୍ୟା ଦାନା ସମୟରେ କ୍ଷୟକ୍ଷତି ତଥା କ୍ଷତିଗ୍ରସ୍ତ ଚାଷୀଙ୍କ ପାଉଣା ନ ମିଳିବା, ରାସନ୍ କାର୍ଡ, ଆବାସ ଯୋଜନା, ଭତା , ରାଜସ୍ୱ, ରାସ୍ତା କାର୍ଯ୍ୟର ଅନିୟମିତତା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଅଭିଯୋଗ ହୋଇ ଥିଲା । ସରକାରୀ ସ୍ତରରେ ଏବେ ଅନ୍ ଲାଇନ ମାଧ୍ୟମରେ ଅଭିଯୋଗ ପାଇଁ ବ୍ୟବସ୍ଥା ରହି ଥିଲା ବେଳେ ମାତ୍ର ୨୦ ଟି ଅଭିଯୋଗ ପଞ୍ଜିକୃତ କରା ଯାଇ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସରକାରୀ ସ୍ତରରେ ୫ ଜଣ ଭିନ୍ନକ୍ଷମ ସୁରେଶ ସୂତାର, କ୍ଷୀରସିନ୍ଦୁ ମଲ୍ଲିକ, ସୁଦର୍ଶନ ସାହୁ, ବିଜୟ ସାହୁ ଓ ସନାତନ ନାୟକଙ୍କୁ ଟ୍ରାଇ ସାଇକେଲ ଓ ଚାଲିବା ବାଡି ଲଳିତ କୁମାର ରାଇ ଥାଟ ଏବଂ ୮ ଜଣ ବୟସ୍କ ଉର୍ମିଳା ନାୟକ, ସାବିତ୍ରୀ ବେହେରା, ଅର୍ଣ୍ଣପୂର୍ଣ୍ଣା ନାୟକ, ରୁନାରାଣୀ ବାରିକ, ଚନ୍ଦ୍ରକାନ୍ତି ମହାଳିକ, ତିଳୋତମା ସେଠୀ, ମିନତୀ ସାହୁ ଓ ଲକ୍ଷ୍ମୀପ୍ରିୟା ନନ୍ଦଙ୍କୁ ନୂତନ ଭାବେ ମଧୁ ବାବୁ ଭତା ପ୍ରଦାନ କରା ଯାଇଥିଲା। ଏହି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ କହିଛନ୍ତି ଯେଉଁ ସବୁ ଅଭିଯୋଗ ଆସିଛି ସୂଚାରୁ ରୂପେ ଖୁବ୍ ଶୀଘ୍ର ସମାଧାନ କରିବାକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.