ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଦିନ କୁ ଦିନ ଆଇନ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି।ଅଳ୍ପ କିଛିଦିନ ହେବ ନାଲଗୁଣ୍ଡା ଛକ ନିକଟ ରୁ ମାତ୍ର କୋଲଡ୍ରିଙ୍କ୍ସ ଦାମ ୧୦ ଟଙ୍କା ଲେଖା ଥିବା ବେଳେ ଦୋକାନୀ ଜଣକ ୧୨ ଟଙ୍କା କହିବାରୁ ଯୁକ୍ତିତର୍କ ହେବା ପରେ ଦୁଇଟଙ୍କା ପାଇଁ ତିନି ରାଉଣ୍ଡ ଗୁଳି ମାରି ଦୁର୍ବୁ ତ ମାନେ ଫେରାର ହୋଇଯାଇଥିଲେ, ସେହିଭଳି ମୃଗନୟନୀ ଗାଁ ରାସ୍ତା ପାର୍ଶ୍ୱରେ ଥିବା ବା ଘର ତିନିଟି ଘରୁ ସିରିଜ ଚୋରି ୦୪ ତାରିଖ ରାତିରେ ହୋଇଥିଲା। ଉକ୍ତ ସ୍ଥାନକୁ ସାଇଂଟିଫିକ ଟିମ ଆସି ତଦନ୍ତ କରିଥିଲେ ହେଲେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା କଥା ସାଧାରଣ ରେ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଛି। ସେହିଭଳି ଗତ ୧୪ ତାରିଖ ଦିନ ଚାନ୍ଦବାଲି ସହର କାଳୀ ମନ୍ଦିର ନିକଟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଣ କରି ନଳଗୋହିରା ପଂଚାୟତ ଜଳଧର ପୁର ଗ୍ରାମ ର ଦେବେନ୍ଦ୍ର ପଲାଇ ଘରକୁ ଯିବା ପାଇଁ ବସ କୁ ଅପେକ୍ଷା କରିଥିବା ସମୟରେ ଦୁର୍ବୁର୍ତ ଟଙ୍କା ବ୍ୟାଗ କୁ ଝାମ୍ପି ନେଇଥିଲେ ପରେ ବୃଦ୍ଧଜଣକ ଚାନ୍ଦବାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ର ହାତ ଖାଲି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି। ଦିନ ଦୁଇ ପ୍ରହରେ ଟଙ୍କା ଝାମ୍ପିବା ଓ ଗୁଳି ମାଡ ହେଉଥିବା ବେଳେ ପୋଲିସ ହାତ ଖାଲି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ତତ୍ ସହିତ ଗାଁ ଗାଁ ରେ ଚୋରା ମଦ ର ବନ୍ଯା ଚାଲିଥିବା ବେଳେ ପୋଲିସ ପ୍ରଶାସନ କୋମାରେ, ଗାଁ ଗାଁ ରେ ବେଧଡକ ଜୁଆଖେଳ ଚାଲିଥିବା ଦେଖିବାକୁ ମିଳିଛି ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। କିନ୍ତୁ ପେଟ ପୋଷିବା ପାଇଁ ଗୁଲା କୋଇଲା ବନେଇ ବିକ୍ରି କରୁଥିବା ଗରିବ ଲୋକଙ୍କୁ ମାଡ଼ି ବସି ନିଜକୁ ନେଜେ ବାହା ବାହା ନେବାରେ ଲାଗିଛି ଚାନ୍ଦବାଲି ପୋଲିସ।କେବେ ଚାନ୍ଦବାଲି ରେ ଆଇନ ଶୃଂଖଳା ପରିସ୍ଥିତି ସୁଧୁରୁଛି ଦେଖିବାକୁ ବାକି ରହିଲା।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ନାଲଗୁଣ୍ଡାରେ ଗୁଳି,ମୃଗନୟନିରେ ସିରିଜଚୋରି, ଚାନ୍ଦବାଲି ସହରରୁ ଦିନ ଦ୍ୱିପ୍ରହରରେ...








