Home ଜିଲ୍ଲା ପରିକ୍ରମା ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସହାୟତା ସହ ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ

ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସହାୟତା ସହ ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ

10

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣାରେ ମୃତକଙ୍କ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ କରାଯାଇଛି। ସିଡିଏମ୍‌ଓଙ୍କ ଉପସ୍ଥିତିରେ ସେଫାର୍ଡର ମୁଖ୍ୟ ଜଗନ୍ନାଥ ମହାନ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଅପ୍ରେଲ ୨୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିଲା ଅଘଟଣ। ଜଣେ ରୋଗୀ ଷ୍ଟ୍ରେଚରରେ ରହିଥିବାବେଳେ ହଠାତ୍ ଲିଫ୍ଟ ଚାଲିଥିଲା। ଯାହାଫଳରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲେ। ଏହି ଘଟଣା ପରେ ଚାରିଆଡୁ ଉଠିଥିଲା ବିବାଦ। ଘଟଣାକୁ ୧୫ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ପରିବାରକୁ ମିଳିନଥିଲା କ୍ଷତିପୂରଣ। ଶେଷରେ ପରିବାରକୁ ମିଳିଛି କ୍ଷତିପୂରଣ। ମୃତକଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.