Home ଜିଲ୍ଲା ପରିକ୍ରମା କାଞ୍ଜିଆପାଟ ଗ୍ରାମରେ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ, ୬ କି.ମି ରାସ୍ତା କଳସ ଶୋଭାଯାତ୍ରାରେ ଗଲେ...

କାଞ୍ଜିଆପାଟ ଗ୍ରାମରେ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ, ୬ କି.ମି ରାସ୍ତା କଳସ ଶୋଭାଯାତ୍ରାରେ ଗଲେ ଶତାଧିକ ମହିଳା

36

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରସର ପଞ୍ଚାୟତ ଅଧୀନ କାଞ୍ଜିଆପାଟ ଗ୍ରାମରେ ମହାଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ମଙ୍ଗଳବାର ଦୀର୍ଘ ୬ କି.ମି ରାସ୍ତା ଶତାଧିକ ମହିଳା କଳସ ଶୋଭାଯାତ୍ରାଯାଇ କଳସ ବୁଡାଇ ଫେରିଥିବା ମହିଳାଙ୍କ ଭକ୍ତି ଭାବନାକୁ ପ୍ରମାଣିତ କରିଛି ।କାଞ୍ଜିଆପାଟ ଗ୍ରାମରୁ ସକାଳ ୮ଟା ସମୟରେ ମହିଳାମାନେ ଶୋଭାଯାତ୍ରାରେ ବାହାରି ୬କିମି ଦୂରରେ ଥିବା ଗୋବିନ୍ଦପୁର ପଂଚାୟତ ଅଧୀନ କୁଆଁରଚତର ଗ୍ରାମର ନୂଆ ପୋଖରୀ ନିକଟରେ ପହଂଚିଥିଲେ । ସେଠାରେ ମାନସ ରଞ୍ଜନ ନାୟକ, ନୃସିଂହ ମହାକୁଡ଼, ରମଣ ରଞ୍ଜନ ମହାନ୍ତି, ଦୀନବନ୍ଧୁ ମହାକୁଡ଼ ପ୍ରମୁଖ ବ୍ରତଧାରୀ ମହିଳାଙ୍କୁ ଭବ୍ୟଅବ୍ୟର୍ଥନା ଓ ସ୍ୱାଗତ କରିଥିଲେ । ସେଠାରେ କଳସ ବୁଡ଼ାଇ ମନ୍ଦିର ନିକଟକୁ ଫେରିବା ପରେ କଳସକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ସକାଳେ ଘଟ ଉତୋଳନ, ମଣ୍ଡପ ପୂଜା ପରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜାର କର୍ତା ଭାବେ ବିପିନ ରାଉତ, ସବିତା ରାଉତ, ପ୍ରଭାକର ନାୟକ, ବାସନ୍ତୀ ନାୟକ ଏବଂ ପୂଜକ ଧୁକୁଡି ମିଶ୍ର, ପଣ୍ଡିତ ଶ୍ରୀଧର ମିଶ୍ର, କିଶୋର ପଣ୍ଡା, ଦେବରାଜ ମିଶ୍ର, ସୁଭାଶିଷ ମିଶ୍ର, ସିଦ୍ଧାନ୍ତ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି। ବୁଧବାର ସୂର୍ଯ୍ୟପୂଜା ପରେ ବିଗ୍ରହଙ୍କ ନଗର ପରିକ୍ରମା ସହିତ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ହୋଇ ଦଧିନଉତି ସ୍ଥାପନ କରାଯିବ । ଗୁରୁବାର ମହାରୁଦ୍ର ଅଭିଷେକ ପରେ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ । ଭାସ୍କର ଚନ୍ଦ୍ର ନାୟକ, ଶମ୍ଭୁନାଥ ରାଉତ, ଜୟରାମ ସାହୁ, ପ୍ରମୋଦ ରାଉତ, ଦେବେନ୍ଦ୍ର ରାଉତ, ଗୟାଧର ରାଉତ, ବୈଲୋଚନ ରାଉତ, ରାଧାକାନ୍ତ ରାଉତ, ରଙ୍ଗାଧର ନାୟକ, ରବିନ୍ଦ୍ର ରାଉତ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.