Home ଜିଲ୍ଲା ପରିକ୍ରମା ପ୍ରଧାନ ଶିକ୍ଷକ ସେକ ୟାକତ୍ ଅଲ୍ଲୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ପ୍ରଧାନ ଶିକ୍ଷକ ସେକ ୟାକତ୍ ଅଲ୍ଲୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

21

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡ଼ା ଗ୍ରାମ ପଂଚାୟତ ଠାରେ ପଧାନପଡ଼ା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅବସରପ୍ରାପ୍ତ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ସେକ ୟାକତ୍ ଅଲ୍ଲୀ ଙ୍କ “ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ’ ବରିଷ୍ଠ ସମାଜସେବୀ ସେକ ଜଲାଲୁଦ୍ଧିନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ସମାଜସେବୀ ତଥା ନାଟ୍ୟକାର ଡ଼ ସୁଧାଂଶୁ ଶେଖର ନାୟକ, ଦାନଗଦି ବ୍ଲକ ର ବିଡ଼ିଓ ପ୍ରଦୀପ କୁମାର ସେଠୀ, ଓଷ୍ଟା ର ପୂର୍ବତନ ରାଜ୍ୟ ସମ୍ପାଦକ ରଘୁନାଥ ସାହୁଙ୍କ ସମେତ ମାନ୍ୟଗଣ୍ୟ ବିଶିଷ୍ଟ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ ଓ ସେକ ୟାକତ୍ ଅଲ୍ଲୀ ସାର୍ ଙ୍କୁ ଭଲ ପାଉଥିବା ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.