ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବରିଷ୍ଠ ନାଗରିକ ସଂଘର ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜର୍ମାନୀ ଗବେଷକ ଜୋନ ଗୁଡନାଫ କହିଥିଲେ ବରିଷ୍ଠ ମାନେ ସମାଜ ଗଠନର ମେରୁଦଣ୍ଡ । ସେମାନେ ସୁସ୍ଥ ରହିବା ପାଇଁ ହେଲେ ପ୍ରତିଦିନ ଲିଖନ ପଠନ ଓ କଥନର ତିନିଟି ଟା୍ୱଲେଟ ଖାଇବା ଉଚିତ। ଏହାଦ୍ୱାରା ମସ୍ତିଷ୍କ. ସୁସ୍ଥ ରହେ. ଓ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଏହା. ସହାୟକ ହୋଇଥାଏ। ଆଲୋଚକ ଭାବେ ବରିଷ୍ଠ ନାଗରିକ ସୁରେନ୍ଦ୍ର କୁମାର ନାୟକ, ଶିକ୍ଷାବିତ ତ୍ୟାନନ୍ଦ ମଲ୍ଲିକ, ଶିକ୍ଷାବିତ ସୋମନାଥ ପାଢୀ, ସମ୍ପାଦକ ବିଭୂତି ଭୂଷଣ ସେନାପତି, ସନ୍ୟାସୀ ବ୍ରହ୍ମ, ଧନେଶ୍ୱର ବିଶ୍ୱାଳ, ଅକ୍ଷୟ. କୁମାର ବ୍ରହ୍ମ, ଜଗନ୍ନାଥ ନାୟକ, ହରିଶ୍ଚନ୍ଦ୍ର ବାରିକ, କୃତିବାସ ଜେନା, ପି. ହୃଷିକେଶ, ମଥୁରା ମୋହନ ବେହେରା, ନରହରି ନାୟକ, ରାଜନେତା ରଘୁନାଥ ପାତ୍ର, ଗୟାଧର ବଳ ପ୍ରମୁଖ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ତିହିଡି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଶତାଧିକ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଂଟନ କରି କହିଥିଲେ ଯେ, ମୋର ଗୁରୁଜନ ହେଉଛନ୍ତି ବରିଷ୍ଠ ନାଗରିକ । ସେମାନଙ୍କୁ ସୁବିଧା ସୁଯୋଗ ଓ ଆଇନ ଅନୁଯାୟୀ ସହାୟତା ଯୋଗାଇବା ପୋଲିସର କର୍ତବ୍ୟ ଅଟେ ।







