Home ଜିଲ୍ଲା ପରିକ୍ରମା ଧାମନଗର ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଜବତ

ଧାମନଗର ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଜବତ

26

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅବକାରୀ ବିଭାଗ ପକ୍ଷରୁ ଦେହୁଡି ଆନନ୍ଦପୁର, କଂଟାପାରି, ନୂଆପଡ଼ା ଓ ବାରିକପୁର ଆଦି ଅଂଚଳରେ ଚଡାଉ କରି ଚୋରା ଦେଶୀ ଓ ବିଦେଶୀ ମଦ ସହ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେହୁଡି ଆନନ୍ଦପୁରର ବାବାଜୀ ଚରଣ ପତି, ଅକ୍ଷୟ ଯେନ, କଂଟାପାରିର ସନାତନ ଯେନା, ନୂଆପଡ଼ାର କାଙ୍ଗାଳି ଦାସ ଓ ବାରିକପୁର ର ପବିତ୍ର ବେହୁରୀଆ। ଏମାନଙ୍କ ନିକଟରୁ ପେଟି ପେଟି ବିଦେଶୀ ଓ ଦେଶୀ ମଦ ଜବଦ ହୋଇଥିଲା। ତାହା ସହ ଡି ପ୍ରିଜ ରୁ ବିୟର ମଧ୍ୟ ଜବଦ ହୋଇଥିଲା। କିନ୍ତୁ ଅବକାରୀ ବିଭାଗ କୋର୍ଟକୁ ଫରୁଆଡ ବେଳେ ୬୨ ଲିଟର ମଦ ଜବଦ ହୋଇଥିବା ଦର୍ଶାଇଛନ୍ତି। ତାହା ସହ ଦେଶୀ ମଦ ତିଆରିରେ ବ୍ୟବହୃତ ୨ ଟି ହାଣ୍ଡି ଯବଦ ହୋଇଥିବା ଅବକାରୀ ଅଧିକାରି ଅଭିଳାଷ ପାଲ ସୂଚନା ଦେଇଛନ୍ତି। ଯାହାକି ଅବକାରୀ ବିଭାଗ ପକ୍ଷରୁ ଅଧିକ ଧରି କୋର୍ଟକୁ କମ ଦେଖାଉଛନ୍ତି। ଏଣୁ ଅଳ୍ପ ଦୀନ ରେ ଅଭିଯୁକ୍ତ ମାନେ ବାହାରକୁ ବାହାରି ପୁଣି ମଦ ବେପାର ରେ ଲାଗି ପଡ଼ୁଛନ୍ତି। ତେବେ ଧାମନଗର ବ୍ଲକ ବିଭିନ୍ନ ସ୍ଥାନ ରେ ଘରେ ଘରେ ଚୋରା ମଦ କାରବାର ଚାଲୁଛି। ଅବକାରୀ ବିଭାଗ ଜାଣିଥିଲେ ସୁଦ୍ଧା କିଛି କର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ। ଧାମନଗର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟ ପେଟ୍ରୋଲ ପମ୍ପ ବା ଜଇନଗର ଛକରେ ଥିବା ପାନ ଦୋକାନ ରେ ବାର ଭଳି ଲୋକେ ଖୋଲମ ଖୋଲା ପିଉଛନ୍ତି। ଥାନା ପଛପାଖ ମୁଲଣା ସାହି (ସାହୁସାହି)ରେ ବି ସମାନ ଭାବେ ବାର୍ ଭଳି ବିକ୍ରି ହେଉଛି। ସେହିପରି ଭଗବାନପୁର, କଲ୍ୟାଣି ଓ ଗଢିଆଳି ପଂଚାୟତ ଝାରିଡିଆ ଗ୍ରାମରେ ଘରେ ଘରେ ବାର ଖୋଲା ଯାଇଛି। ହେଲେ ଅବକାରୀ ବିଭାଗ ଜାଣିଥିଲେ ସୁଦ୍ଧା ଅଜଣା ପରି ରହୁଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.