ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ସ୍ଥିତ ଗ୍ରାମଦେବତୀ ମଙ୍ଗଳାଙ୍କ ପୀଠରେ ମା ତାରିଣୀ ଙ୍କ ପ୍ରତିମା ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତିନିଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅଧି୍ୱାସ, ଅଙ୍କୁରାରୋପଣ,କଳସ ଯାତ୍ରା, ସୂର୍ଯ୍ୟ ପୂଜା,ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ଦିବସରେ ମନ୍ଦିର ପ୍ରତିଷ୍ଠା, ମା’ଙ୍କ ସ୍ନାନ ପୂଜା,ଶୟନ,ଜି୍ୱନ୍ୟାସ , ଷୋଡ଼ଷ ଉପଚାର ପୂଜା, ହୋମଯଜ୍ଞ ଆଦି ଆୟୋଜିତ ହୋଇଥିଲା। ମୁଖ୍ୟ ପୂଜକ ସୁଶାନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସହଯୋଗୀ ପୂଜକ ଶେଷଦେବ ତ୍ରିପାଠୀ, ଶେଷଦେବ ପଣ୍ଡା, ପରମେଶ୍ୱର ତ୍ରିପାଠୀ, ବିଶ୍ୱ ରଞ୍ଜନ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ ସଙ୍କଳ୍ପ କର୍ତା ଭାବେ ହରେକୃଷ୍ଣ ଦାସ ଓ ହେମଲତା ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିଷ୍ଠା ଉତ୍ସବ ସମାରୋହକୁ ଗ୍ରାମବାସୀ ମାନେ ପରିଚାଳନା କରିଥିବା ବେଳେ ବିଭିନ୍ନ ଦିବସରେ ସଙ୍କୀର୍ତନ, ଭଜନ ସନ୍ଧ୍ୟା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।








