Home ଜିଲ୍ଲା ପରିକ୍ରମା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ଧାମରାର କୁନି ଝିଅ ଭାଗ୍ୟଶ୍ରୀ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ଧାମରାର କୁନି ଝିଅ ଭାଗ୍ୟଶ୍ରୀ

9

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଗୁଆଁଳ ଗ୍ରାମର ଏକ କୁନୀ ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ପ୍ରାପ୍ତ ଖବର ଅନୁଯାଇ ଗୁଆଁଳ ଗ୍ରାମର ସୁବାଶ ମହାଳିକଙ୍କ ଝିଅ ଭାଗ୍ୟଶ୍ରୀ ମହାଳିକ ୩ବର୍ଷ ୭ ମାସ ବୟସ ମଧ୍ୟରେ ସେ ଏହି ରେକର୍ଡରେ ସମ୍ମାନୀତ ହୋଇଛନ୍ତି। କୁନୀ ଝିଅ ୨୦ପ୍ରକାର ପନି ପରିବା, ୧୦ଟି ପକ୍ଷୀ, ୧୮ଟି ଯାନ ବାହନ, ୨୪ଟି ପଶୁ, ମଣିଷ ଶରୀରର ୨୪ଟି ଅଂଶ, ୧୨ପ୍ରକାର ଫଳ,୬ ପ୍ରକାର ଆକୃତି, ୬ଟି ରଙ୍ଗ, ୧୨ଟି ଜାତୀୟ ସିମ୍ବଲ, ଓଡିଶାର ୩୦ଟି ଜିଲ୍ଲା, ଜାତୀୟ ସଙ୍ଗୀତ, ୧ରୁ ୫୦ପର୍ଯ୍ୟନ୍ତ ଗଣନା କରିବା ସେ ଗୁଡିକୁ ନିର୍ଭୁଲ ଭାବେ ବନାନ କରିବା, ଇଂରାଜୀରେ ୨୬ଟି ଅକ୍ଷର ନିର୍ଭୁଲ ଭାବେ କହିବା ସହ ଶବ୍ଦ ରେ କହିବା, ୬ଋତୁ , ୧୨ମାସ ଏବଂ ଦିନକୁ କୁ ନିର୍ଭୁଲ ଭାବେ କହିବା ଏବଂ ଇଂରାଜୀରେ ବିଭିନ୍ନ ରାଇମ ଆଦି ଭାବ ଭଙ୍ଗିରେ କହିବା କାର୍ଯ୍ୟ କରିପାରୁଥିବାରୁ ତାକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରାଯାଇଛି। କୁନୀ ଝିଅଟି ଆଗାମୀ ଦିନରେ ଡାକ୍ତର ହେବାର ଲକ୍ଷ୍ୟ ରଖି ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାକୁ ସେ ସଂକଳ୍ପବଦ୍ଧ ବୋଲି ନିଜର ପ୍ରତିକ୍ରିୟା ରଖିଛି।ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ଟିମ ଆସି ଭାଗ୍ୟଶ୍ରୀ ମହାଳିକ ର ଏହି ଦକ୍ଷତାକୁ ପ୍ରମାଣ କରିବା ପରେ ତାକୁ ମାନପତ୍ର ପ୍ରଦାନ କରିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ବହି, ଏକ କଲମ ଏବଂ ଏକ ମେଡାଲ ଦେଇ ସମ୍ମାନୀତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.