ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ମାଟ୍ରିକ ପାଶହାର ୯୫.୬୭ ପ୍ରତିଶତ । ଗତ ବର୍ଷ ମାଟ୍ରିକ ପାଶହାର ଥିଲା ୯୭.୧ପ୍ରତିଶତ । ଏଥର ଜିଲ୍ଲା ର ମୋଟ ୨୦୫୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୧୯୬୮୨ ଜଣ ପାଶ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୯୯୭୬ ଛାତ୍ରୀ ରହିଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୯୭୦୬ ରହିଛି । ୯୦ପ୍ରତିଶତରୁ ଅଧିକ ମାର୍କ ରଖି ଏ-୧ ରେ ଊତୀର୍ଣ୍ଣ ହୋଇଛନ୍ତି ୬୫ଜଣ । ୮୦ରୁ ଅଧିକ ମାର୍କ ରଖି ଏ-୨ରେ ପାଶ କରିଛନ୍ତି ୪୮୩ଜଣ । ସେହିଭଳି ୭୦ପ୍ରତିଶତରୁ ଅଧିକ ମାର୍କ ରଖି ବି-୧ରେ ପାଶ କରିଛନ୍ତି ୧୩୨୫, ୬୦ପ୍ରତିଶତରୁ ଅଧିକ ମାର୍କ ରଖି ବି-୨ରେ ଉତୀର୍ଣ୍ଣ ହୋଇଛନ୍ତି ୨୯୦୬ଜଣ । ୫୦୦ପ୍ରତିଶତରୁ ଅଧିକ ମାର୍କ ରଖି ସି ଗ୍ରେଡ ପାଇଛନ୍ତି ୫୦୭୮ ଜଣ । ୪୦ରୁ ଅଧିକ ମାର୍କ ରଖି ଡି ଗ୍ରେଡରେ ୬୨୪୬ଜଣ । ସେହିଭଳି ୩୩ପ୍ରତିଶତରୁ ଅଧିକ ଓ ୪୦ପ୍ରତିଶତରୁ କମ୍ ମାର୍କ ରଖି ଇ ଗ୍ରେଡ ରେ ୩୫୭୯ଜଣ ପାଶ କରିଛନ୍ତି । ଅନ୍ୟପକ୍ଷରେ ୧୯୭ନମ୍ବରରୁ କମ୍ ମାର୍କ ରଖିଛନ୍ତି ୮୮୭ଜଣ । ଏମାନେ ପୁନର୍ବାର ପରୀକ୍ଷା ଦେଇପାରିବେ । ପ୍ରକାଶ ଥାଉକି, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାରୁ ୨୦୯୧୧ଜଣ ଫର୍ମ ଫିଲିପ କରିଥିଲେ । ୩୩୮ଜଣ ପରୀକ୍ଷା ଦେଇନଥିଲେ । ୪ଜଣ କପି କରି ଧରାପଡିଥିଲେ । ଗତ ବର୍ଷ ୨୧ହଜାର ୬୫୬ଜଣ ଫର୍ମ ଫିଲପ କରିଥିଲେ । ପରୀକ୍ଷା ଦେଇଥିଲେ ୨୧ହଜାର ୨୨୩ଜଣ । ପାଶ କରିଥିଲେ ୨୦ହଜାର ୪୩୮ଜଣ । ୬୩୭ଜଣ ଫେଲ ହୋଇଥିଲେ । ୪୩୩ ଜଣ ଅନୁପସ୍ଥିତ ଥିଲେ । ଗତଥର ଏ-୧ରେ ୯୬ଜଣ ପାଶ୍ କରିଥିବା ବେଳେ ଏ-୨ ରେ ୩୩୭, ବି-୧ ରେ ୧୩୨୫, ବି-୨ରେ ୨୬୭୯, ସି ରେ ୫୩୪୬, ଡି ରେ ୫୪୮୨ଜଣ ପାଶ କରିଥିଲେ । ଇ ରେ ୫୨୧୫ଜଣ ପାଶ୍ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଜିଲା ଶିକ୍ଷାଧିକାରୀ ଡ.ଜଗବନ୍ଧୁ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।








