Home ଜିଲ୍ଲା ପରିକ୍ରମା ଧାମରାରେ ବରଯାତ୍ରୀ ଦଳରେ ୩ ଜୀବନ୍ତ ନାଗଙ୍କୁ ଧରି ନୃତ୍ୟ ପରିବେଷଣ, ୪୮ଘଂଟା ବିତିଯାଇଥିଲେ ମଧ୍ୟ...

ଧାମରାରେ ବରଯାତ୍ରୀ ଦଳରେ ୩ ଜୀବନ୍ତ ନାଗଙ୍କୁ ଧରି ନୃତ୍ୟ ପରିବେଷଣ, ୪୮ଘଂଟା ବିତିଯାଇଥିଲେ ମଧ୍ୟ ତଦନ୍ତ ଚାଲିଛି ବୋଲି ସଫେଇ ଦେଲେ ବନ ବିଭାଗ ଅଧିକାରୀ

11

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ପଂଚାୟତର ଏକ ବର ଯାତ୍ରୀ ଦଳରେ ଜୀବନ୍ତ ନାଗ ମାନଙ୍କୁ ଧରି ନୃତ୍ୟ ପରିବେଷଣ କରିବାକୁ ନେଇ ଚାଲିଛି ବିବାଦ।ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ସମସ୍ତ ଖବର ଜାଣି ସୁଦ୍ଧା ତଦନ୍ତ ଚାଲିଛି ବୋଲି ଆଳ ଦେଖାଇ ସମୟ ଗଡେଇ ଚାଲିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ୨ଦିନ ତଳେ ବାଂଶଡା ପଂଚାୟତର ଛେଡାକ ଗ୍ରାମରୁ ଏକ ପୁଅର ବିବାହ ଦିନରେ ବରଯାତ୍ରୀ ଦଳ ପ୍ରୋସେସନ କରି ମତୋ ନିକଟସ୍ଥ ଉଗ୍ରତରା ଅଂଚଳକୁ ଯାଉଥିଲେ। ଏହି ବରଯାତ୍ରୀ ଦଳରେ ୩ଜଣ କିନ୍ନର ଜୀବନ୍ତ ନାଗ ମାନଙ୍କୁ ପେଡି ସହ ମୁଣ୍ଡରେ ଧରି ଏହି ବରଯାତ୍ରୀ ଦଳରେ ନାଚି ନାଚି ଯାଉଥିଲେ। ଏହି ଜୀବନ୍ତ ନାଗ ମାନଙ୍କୁ ଦେଖିବା ପାଇଁ ସବୁ ସ୍ଥାନରେ ପ୍ରବଳ ଭୀଡ ପରିଲକ୍ଷିତ ହେଉଥିଲା। ଏହି ଖବର ଭଦ୍ରକ ଡିଏଫଓ ଙ୍କୁ ଦିଆଯିବା ପରେ ମଧ୍ୟ ଘଟଣାର ଅନ୍ତ ଘଟି ଥିଲା। ଦର୍ଶକ ମାନଙ୍କ ମତାନୁଯାଇ ଏହି ଜୀବନ୍ତ ନାଗ ମାନଙ୍କୁ ଦୀର୍ଘ ସମୟ ଧରି କିନ୍ନର ମାନେ ନାଚୁଥିବାରୁ ସଂପୃକ୍ତ ନାଗ ଗୁଡିକ ରାଗରେ ଫୁତ୍କାର ଛାଡୁ ଥିବାର ଦୃଷ୍ଟି ଗୋଚର ମଧ୍ୟ ହୋଇଥିଲା। ପରେ ଏହି ବରଯାତ୍ରୀ ଦଳ ଝିଅ ଘରେ ପହଂଚିବା ପରେ ବନ ବିଭାଗ କର୍ମଚାରୀ ଯାଇ ସେଠାରେ ପହଂଚିଥିଲେ । ପରେ ସଂପୃକ୍ତ ଜୀବନ୍ତ ନାଗ ମାନଙ୍କୁ ବନ ବିଭାଗ ସେଠାରୁ ନିଜ ଅକ୍ତିଆର କୁ ଆଣିବାରେ ସକ୍ଷମ ହୋଇଥିଲେ। ଏହି ଜୀବନ୍ତ ନାଗ ମାନଙ୍କୁ ଧରି ସର୍ବସମ୍ମୁଖରେ ହଇରାଣ କରି ଖେଳ ଦେଖାଇବା ବନ୍ୟ ପ୍ରାଣୀ ଆଇନର ଖୋଲା ଉଲଘଂନ ବୋଲି ଚର୍ଚା ହେଉଥିବା ବେଳେ ଦୀର୍ଘ ୨ ଦିନ ବିତିଯାଇଥିଲେ ମଧ୍ୟ ବନ ବିଭାଗ କେବଳ ତଦନ୍ତ ଚାଲିଛି ବୋଲି କହି କଥା କୁ ଟାଳି ଦେଇଥିଲେ। ଚାନ୍ଦବାଲି ରେଞ୍ଜ ଅଫିସର ସୁଶାନ୍ତ କୁମାର ଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ସଂପୃକ୍ତ ଏସିଏଫ ସୁମିତ ମହାନ୍ତି ତଦନ୍ତ କରୁଛନ୍ତି ବୋଲି କହିଥିଲେ। ପରେ ଏସିଏଫ ସୁମିତ ମହାନ୍ତିଙ୍କୁ ଏହି ବିଷୟରେ ପଚାରିବାରୁ ସେ ମଧ୍ୟ ତଦନ୍ତ ଚାଲିଛି ଏବଂ ଏହି ୩ଟି ନାଗସାପ ତାଙ୍କ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଛି , ଖୁବ ଶୀଘ୍ର ସେମାନଙ୍କୁ ଜଙ୍ଗଲରେ ଛଡା ଯିବ ବୋଲି କହିଥିଲେ ମାତ୍ର ଏହି ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇ ନଥିବା ସେ ନିଜର ପ୍ରତିକ୍ରିୟା ରଖିଥିଲେ। ତୁରନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.