Home ଜିଲ୍ଲା ପରିକ୍ରମା ତିହିଡ଼ିରେ ବିଭିନ୍ନ ସ୍ଥାନରେ ମଧୁବାବୁ ଜୟନ୍ତୀ ପାଳିତ

ତିହିଡ଼ିରେ ବିଭିନ୍ନ ସ୍ଥାନରେ ମଧୁବାବୁ ଜୟନ୍ତୀ ପାଳିତ

19

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଲକ ଉତ୍କଳ ସମ୍ମିଳନୀ ଶାଖାର ମଧୁସୂଦନ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ସୋମନାଥ ପାଢ଼ୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ପି. ହୃଷିକେଶ, ସମ୍ମାନିତ ଅତିଥୀ କବି ଆଶୁତୋଷ କରଣ, କବି ନିରଞ୍ଜନ ବାରିକ, ଅଧ୍ୟାପିକା ସଂଯୁକ୍ତା ଭାରତୀ, ଗାଳ୍ପିକ କୈଳାସ ଚନ୍ଦ୍ର ବେହେରା ଓ ନୀଳମାଧବ ସେନାପତି ଯୋଗ ଦେଇ ମଧୁବାବୁଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ବେଦ ପାଠ କରିଥିଲେ । ବ୍ଲକ ସମ୍ପାଦକ ବିଭୂତି ଭୂଷଣ ସେନାପତି ସ୍ୱାଗତ ଭାଷଣ ଦେଇଥିଲୋ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ତିହିଡ଼ି ଲେଖକ ସାମ୍ମୁଖ୍ୟ ପକ୍ଷରୁ ଅନୁଷ୍ଠିତ ସଭାରେ ସାମ୍ମୁଖ୍ୟର ସଭାପତି ଭଗବାନ ଚନ୍ଦ୍ର ନାୟକ ପୌରୋହିତ୍ୟ କରିଥିଲେ । ଏଥିରେ କବି ଦୀନବନ୍ଧୁ ପତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ସାହିତ୍ୟିକ ଉମାକାନ୍ତ ମିଶ୍ର, ବିଭୂତି ଭୂଷଣ ସେନାପତି, ପି. ହୃଷିକେଶ, ନିର୍ମଳ ଦଳେଇ, କଳ୍ପତରୁ ସେଠୀ, ବିଶ୍ୱମୈତ୍ରୀ ନାୟକ, ପୁଷ୍ପାଞ୍ଜଳି ତ୍ରିପାଠୀ, କୈଳାସ ବେହେରା, ନୀଳମାଧବ ସେନାପତି, ବିସ୍ମୟ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ଜୟନ୍ତୀ ଉପରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.