Home ଜିଲ୍ଲା ପରିକ୍ରମା ଆତଂକବାଦୀଙ୍କ ଗୁଳିରେ ନିହତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି

ଆତଂକବାଦୀଙ୍କ ଗୁଳିରେ ନିହତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି

13

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଆଲୋକ ଜ୍ୟୋତି ମହିଳା ମହାସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରେ ଅତଂକବାଦୀଙ୍କ ଗୁଳିରେ ନିହତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ସେମାନଙ୍କ ଆତ୍ମାର ସଦ୍‌ଗତି ପାଇଁ କ୍ୟଣ୍ଡଲ ଶୋଭାଯାତ୍ରା କରାଯାଇଛି । ଏହି ଅବସରରେ ବ୍ଲକ ପରିସରରେ ଥିବା ମିଶନଶକ୍ତି ଗୃହରେ ମହାସଂଘ ସମ୍ପାଦିକା କଲ୍ୟାଣୀ ଦାସଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ମୁଖ୍ୟବକ୍ତା ଭାବେ ମହିଳା ନେତ୍ରୀ ତଥା ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତ୍ ଲତା ନାୟକ, ସମ୍ମାନିତ ଅତିଥି ଭାବେ ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, ସମିତିସଭ୍ୟା ତିଳୋତମା ବେହେରା, ମହିଳା ମହାସଂଘ ସଭାନେତ୍ରୀ ବାସନ୍ତୀ ରାଉତ ପ୍ରମୁଖ ଯୋଗ ଦେଇ ଏପରି ଏକ ମର୍ମନ୍ତୁଦ ଘଟଣା ସମସ୍ତଙ୍କ ପାଇଁ ଦୁଃଖ ଆଣି ଦେଇଛି ବୋଲି କହିଥିବା ବେଳେ ଘଟଣାର ପୁନରାବୃତି ହେବା ଉଚିତ୍ ନୁହେଁ ବୋଲି କହିଥିଲେ । ପ୍ରଥମେ ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ମିଶନଶକ୍ତି ଗୃହ ଠାରୁ ମହମବତୀ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ମା’ ଶ୍ୟାମାକାଳୀଙ୍କ ମନ୍ଦିର ନିକଟରେ ପହଂଚି ଆତ୍ମାର ସଦ୍‌ଗତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁନିଲତା କୁଅଁର, ଶୁଭଲକ୍ଷ୍ମୀ ନାୟକ, ଅନସୂୟା ନାୟକ, ଶକୁନ୍ତଳା ଜେନା, ସ୍ୱର୍ଣ୍ଣଲତା ମଳିକ, ସ୍ୱର୍ଣ୍ଣପ୍ରଭା ଓଝା, ଦ୍ରୌପଦୀ ଜେନା, ଝରଣା ମହାଳିକ, ସ୍ୱର୍ଣ୍ଣଲତା ସାହୁ, ଜୟନ୍ତୀ ନାୟକ, ସ୍ମୃତିରେଖା ନାୟକଙ୍କ, ଶକୁନ୍ତଳା ଖୁଂଟିଆ, କନକଲତା ଖୁଂଟିଆଙ୍କ ସମେତ ବହୁ ମହିଳା ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.