Home ଜିଲ୍ଲା ପରିକ୍ରମା ପାକିସ୍ତାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଧାମନଗର ମୁସଲିମ ଜମାତ

ପାକିସ୍ତାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଧାମନଗର ମୁସଲିମ ଜମାତ

17

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମୁସଲିମ ଜମାତ ପକ୍ଷରୁ ଆତଙ୍କବାଦି ଙ୍କ ଆକ୍ରମଣ କୁ ନିନ୍ଦାକରାଯାଇଚି। ସ୍ଥାନୀୟ ଅବଦୁଲ କଲାମ ପାଠାଗାର ପରିସରରେ ଗୋଲାମ ଜିଲାନି ହବିବି ଙ୍କ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ସେକ ଜାଫର ଆଲ୍ଲୀ ଙ୍କ ସଂଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦରୀ,ସମାଜସେବୀ ସେକ ଅବଦୁଲ ହାକିମ,ଏମଡି ହବିବୁର ରହେମାନ,ସେକ ହମିଦ,ଏମଡି ସୈଫୁଲ୍ଲା,ସେକ ମକଦୁମ,ଏମଡି ଆମାନୁଲ୍ଲା,ମୀର ଖୁରସିଦ,ଏମଡି ବାବୁନୁ,ସେକ ତାରବାବୁଙ୍କ ସହ ମୁସଲିମ ଜମାତର କର୍ମକର୍ତା ପ୍ରମୁଖ ଯୋଗ ଦେଇ ଜାମ୍ମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିବା ନିହତ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇ ଥିଲେ । ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ମୁସଲିମ ଜମାତ ପକ୍ଷରୁ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.