ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ରୋଷଶାଳରେ ରୋଷେୟାଙ୍କ ୧୦-୧୨ଜଣ ସେବାକାରୀ ସକାଳ ନୀତିଭୋଗ ଓ ବଡଭୋଗ ପ୍ରସ୍ତୁତି କରୁଥିବା ସମୟରେ ହଠାତ ରୋଷଶାଳ ଛାତରୁ ଏକ ବଡ କଂକ୍ରିଟ ଖଣ୍ଡ ଖସିଥିଲା। ଫଳରେ ରୋଷେୟାଙ୍କ ସହ ୧୦ସେବାୟତ ଅଳ୍ପକେ ବର୍ତି ଯାଇଥିଲେ। ହେଲେ ଚୁଲାରେ ନୀତିଭୋଗ ହଣ୍ଡା ଉପରେ ପଡିବାରୁ ମଣିବାବାଙ୍କ ଡାଲି, ତରକାରୀ ଓ ଖିରି ନୀତିଭୋଗ ନଷ୍ଟ ହୋଇଥିଲା। ଯାହାକି ସୋମବାର ସକାଳ ୯ଟାରେ ହେବାକୁ ଥିବା ପହଡଖିଆ ଅନ୍ନ ନୀତିଭୋଗ ୧ଘଂଟା ବିଳମ୍ବରେ ୧୦ଟା ପରେ ଲାଗି ହୋଇଥିଲା। ଅନ୍ୟପଟେ ରୋଷଶାଳ ଛାତ ବିପଦ ଥିବାରୁ ଭୟରେ ମଧ୍ଯାହ୍ନ ଧୂପ ନୀତିଭୋଗ ପାଇଁ ରୋଷେଇ କରିଥିବାର ରୋଷେୟା କହିଥିଲେ। ଏପରିକି ମନ୍ଦିର ରୋଷେୟା ଜଳଧର ପାଢୀଙ୍କ ସହ ଅନ୍ୟ ସେବାକାରୀଙ୍କ କହିବା ଅନୁଯାୟୀ ଆମେ ଚୁଲା ଲଗାଇ ମଣିବାବାଙ୍କ ଅନ୍ନଭୋଗ ରନ୍ଧନ କରୁଥିବା ବେଳେ କିଛି ପ୍ଲାଷ୍ଟର ଗୁଣ୍ଡ ଖସିଲା ଆମେ ତôତ୍ଷାଣତ ପଳାଇ ଆସିଥିଲୁ। ହଠାତ ଏକ ବଡ କଂକ୍ରିଟଖଣ୍ଡ ଖସିଥିଲା। ଫଳରେ ପିତଳହଣ୍ଡାରେ ରୋଷେଇ ପାଇଁ ବସିଥିବା ଭୋଗ ସବୁ ନଷ୍ଟ ହୋଇଯାଇଥିଲା। ଏବେବି ରୋଷଶାଳ ଛାତର ଅନେକ ସ୍ଥାନରେ ବଡବଡ ଫାଟ ଦେଖା ଦେଇଛି। ଖୁବଶିଘ୍ର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ ମରାମତି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ଦିରର ବରିଷ୍ଠ ସେବାୟତମାନେ ପ୍ରକାଶ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ରୋଷଶାଳ ଛାତରୁ ଖସିଲା ବଡ କଂକ୍ରିଟ ଖଣ୍ଡ, ଅଳ୍ପକେ ବର୍ତିଲେ ରୋଷେୟାଙ୍କ ସହ ୧୦ସେବାୟତ







