Home ଜିଲ୍ଲା ପରିକ୍ରମା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ

35

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନିଳୋକ ପଂଚାୟତ ବାଇପୁର ଗ୍ରାମରେ ତ୍ରୀଦିବସିୟ ଶ୍ରୀ ଶ୍ରୀ ମର୍ଯ୍ୟାଦାପୁରୁଷୋତମ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟଆଳୟ ଓ ଦିବ୍ୟ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସୋମବାର ଶୁଭାଧିବାସ ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ମଙ୍ଗଳବାର କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ବୁଧବାର ନୈମିତିକ ପୂଜା, ମଣ୍ଡପସ୍ଥ ଦେବଦେବୀଙ୍କ ପୂଜନ, ଶ୍ରୀଗୀତା ଓ ଶ୍ରୀ ଚଣ୍ଡୀ ପାଠ ଓ ଆହୂତି ପ୍ରଦାନ, ସନ୍ଧ୍ୟାରେ ପଣ୍ଡିତ ଚିତରଞ୍ଜନ ନାୟକଙ୍କ ଦ୍ୱାରା ପ୍ରବଚନ ଦିଆଯାଇଥିଲା । ସନ୍ଧ୍ୟାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଗାଳ୍ପିକ ରଜନୀକାନ୍ତ ମହାନ୍ତି, ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ, ସାହିତ୍ୟିକ ଲକ୍ଷ୍ମୀକାନ୍ତ ବାରିକ ଠାକୁରଙ୍କ ଆଶିଷ ଲାଭ କରିଥିଲେ । ସେହିପରି ଗୁରବାର ଯଥାରିତୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ଦିବ୍ୟ ପ୍ରବଚନ ଦିଆଯାଇଥିଲା । ବିଶିଷ୍ଟ ଅତିଥି ଭାବେ ତ୍ୟାଗଭୂମି ମହୋତ୍ସବର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଅଜୟ ନାୟକ ଯୋଗଦାନ କରି ବାଇପୁରରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିବା ବେଳେ ଗ୍ରାମର ଲୋକଙ୍କୁ ଠାକୁରଙ୍କ ଚରଣାଶ୍ରିତ ପାଇଁ କୃପାଲାଭ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ରବିନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ବସନ୍ତ ପଣ୍ଡା, ଭାଗିରଥି ସାହୁ, ଜଗନ୍ନାଥ ନାୟକ, ସୁକାନ୍ତ ବିଶ୍ୱାଳ, ନିତ୍ୟାନନ୍ଦ ସେଠୀ, ନୃସିଂହ ସ୍ୱାଇଁ, ଶତୃଘ୍ନ ସେନାପତି, ଅନନ୍ତ ସେନାପତି, ଜଗବନ୍ଧୁ ସାହୁ, ସଞ୍ଜୟ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.