Home ଜିଲ୍ଲା ପରିକ୍ରମା ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ, ୯ ପଂଚାୟତରୁ ବିଜେପିରେ ମିଶିଲେ ୫୦୦କର୍ମୀ

ବିଜେପିର କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ, ୯ ପଂଚାୟତରୁ ବିଜେପିରେ ମିଶିଲେ ୫୦୦କର୍ମୀ

21

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ବିଜେପି ସାହାଡ଼ା ସୁନ୍ଦରୀ ମଣ୍ଡଳ ପକ୍ଷରୁ ଶୁକ୍ରବାର ତିହିଡ଼ି ବାରିଣୀ ପଡ଼ିଆ ଠାରେ ବିଜେପିର ଏକ କାର୍ଯ୍ୟକର୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧୀନ ମୁକୁନ୍ଦପୁର, ବାହାବଳପୁର, କୋହ୍ଲ, ସିନ୍ଦୋଳ, ସୟା, ମହରମପୁର, ଫରେପୁର, ମଙ୍ଗଳପୁର ଓ ଭାଟପଡ଼ା ପଂଚାୟତରୁ ୫୦୦ କର୍ମୀ ବିଜେପିରେ ମିଶିଥିବା ଜଣାପଡ଼ିଛି। ଏହି ଅବସରରେ ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ଉପରେ ଉପସ୍ଥିତ କର୍ମୀମାନଙ୍କୁ ସୂଚନା ଦେଇଥିବା ବେଳେ ଦଳକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ମଣ୍ଡଳ ସଭାପତି କେଶବ ବେହେରା, ସାଇଶରଣ ବେହେରା ଓ ସରୋଜ ନାୟକ, ବାସୁଦେବପୁର ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ, ସରପଂଚ ପ୍ରଦୀପ ବଳ, ସମିତିସଭ୍ୟ ଶୁକଦେବ ମଲିକ, ବିଜେପି ନେତା ସଂଗ୍ରାମ ମହାନ୍ତି, ଦେବେନ୍ଦ୍ର ପୁହାଣ, ତପନ ପାଢ଼ୀ, ଶରତ ଦାସ, ପ୍ରମୋଦ ଦାସ, ଉମାକାନ୍ତ ଦାସ, ରାଜାରାମ ମହାକୁଡ଼ ପ୍ରମୁଖ ମଂଚାସୀନ ଥିଲେ। ଯୁବନେତା ସୀତାକାନ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମଙ୍ଗରାଜ ନାୟକ, ସରପଂଚଞ୍ଚ କୁନ୍ତଳା ମଳିକ, ନିହାରିକା ବିଶ୍ୱାଳ, ଅଜୟ ମହାନ୍ତି, ବିଜେପି ନେତା ପ୍ରଶାନ୍ତ ନାୟକ, ସୁବାସ ସେଠୀ, ସନାତନ ମିଶ୍ର, ରତିକାନ୍ତ ମହାକୁଡ଼, ଉଷାକାନ୍ତ ନାୟକ, ସରୋଜ ନାୟକ, ଶରତ କୁମାର ଲେଙ୍କା, ସଂଦୀପ ଦାସ, ସୂର୍ଯ୍ୟନାରାୟଣ ଭୋଇ, ଅମୀୟଚାନ୍ଦ ନାୟକ ପ୍ରମୁଖଙ୍କ ସହିତ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ସରପଂଚ ଶୁଭ୍ରନାରାୟଣ ସେଠୀ, ତପୁନୁ ପାଣି, ଜୟପ୍ରକାଶ ବେହେରା, ସରୋଜ ମହାନ୍ତି, ହରିଶ୍ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ନାଥ, ସୁରେଶ ପାତ୍ର, ନିର୍ମଳ ବେହେରା, ଶିବପ୍ରସାଦ ନାଥ, ନିଲୁଆ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.