Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

31

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଂଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର (୯୩) ସୋମବାର ରାତିରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ୱର୍ଗତ ମିଶ୍ର ଦୀର୍ଘଦିନ ଧରି ବଉଳପାଳ, କାଳିଆପଦା, ଗୋଳାପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ବହୁ ଉତମ ଛାତ୍ର ତିଆରି କରିଛନ୍ତି। ସେ ଜଣେ ଶାନ୍ତ, ସରଳ, ଧର୍ମପରାୟଣ, ଅମାୟିକ, କର୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଶିକ୍ଷକ ଥିବା ବେଳେ ଜଣେ ସୁପାଠକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସରପଂଚଞ୍ଚ ପ୍ରଦୀପ ବଳ, ପୂର୍ବତନ ସରପଂଚ ସୁରେନ୍ଦ୍ର ନାୟକ, ଜିଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଉମାକାନ୍ତ ସେଠୀ, ପ୍ରଦ୍ୟୁମ୍ନ କୁମାର ପାଣିଗ୍ରାହୀ, ସଂଜୟ ମିଶ୍ର, ନିରାକାର ବେହେରା, ଉତମ ମହାପାତ୍ର, ଅଜୟ ମହାପାତ୍ର, ପ୍ରଶାନ୍ତ ବାରିକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି, ଗ୍ରାମବାସୀ ଓ ପୁରାତନ ଛାତ୍ର ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ନାତି, ନାତୁଣୀ, ଆତ୍ମୀୟସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ବଡ଼ପୁଅ ବିଶ୍ୱଜିତ୍ ମିଶ୍ର ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.