Home ଜିଲ୍ଲା ପରିକ୍ରମା ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ହେଉନି, ସୁଚନା ଫଳକ ତଥ୍ୟର ସତ୍ୟତା କେତେ! ମିଆଦୀ...

ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ହେଉନି, ସୁଚନା ଫଳକ ତଥ୍ୟର ସତ୍ୟତା କେତେ! ମିଆଦୀ ପରେ ମଧ୍ୟ କାର୍ଯ୍ୟ ଶେଷ ନେଇ ପ୍ରଶ୍ନବାଚୀ, ଗୋଟିଏ ପଟରେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ପଟରେ ପିଚୁ ଉଠିଗଲାଣି

14

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଥିବା ବେଳେ ଏହି ରାସ୍ତା କାର୍ଯ୍ୟ କେବେ ସଂପୂର୍ଣ ହେବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଦିଗଛିଆ- ବାଂଶଡା ୧୦କି.ମି ଦୀର୍ଘ ବିଶିଷ୍ଟ ରାସ୍ତାକୁ ଭଦ୍ରକ (ରାସ୍ତା ଓ କୋଠାବାଡି ବିଭାଜନ) କେ ବିଏମ କନଷ୍ଟ୍ରକସନ କମ୍ପାନୀକୁ କାର୍ଯ୍ୟ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ ଏବଂ ସଂପୃକ୍ତ କମ୍ପାନୀ କର୍ତୁପକ୍ଷ ଏହି କାର୍ଯ୍ୟ ଗତ୨୨ ଫେବୃଆରୀ ୨୦୨୩ ମସିହାରେ ଆରମ୍ଭ କରିଥିବା ବେଳେ ଏହାର ପୂର୍ଣାଙ୍ଗ ୨୧ ମାର୍ଚ ୨୦୨୪ ରେ ହେବ ବୋଲି ସୁଚନା ଦିଆଯାଇଥିଲା। ଏହି ରାସ୍ତା କାର୍ଯ୍ୟ ଆକଳନ ମୂଲ୍ୟ୨୫କୋଟି୧୫ ଲକ୍ଷ ଟଙ୍କାରେ ସିମୀତ ବୋଲି ମଧ୍ୟ ଲିପିବଦ୍ଧ ହୋଇଥିଲା। ପୁନଶ୍ଚ ଭଦ୍ରକ ରାସ୍ତା ଓ କୋଠାବାଡି ବିଭାଜନ ଏହି ରାସ୍ତା କାର୍ଯ୍ୟ ୨୫କୋଟି ୧୫ଲକ୍ଷ ଟଙ୍କାରୁ ୩୪କୋଟି ଟଙ୍କା ଆକଳନ ମୁଲ୍ୟ ବଢି ଯାଇଛି ବୋଲି ଏକ ଫଳକ ଆଣି ଦିଗଛିଆ ଠାରେ ଲଗାଇଥିଲେ। ୧୦କି.ମି ରାସ୍ତା ନିର୍ମାଣ କରିବା ପାଇଁ ରାସ୍ତା ଓ କୋଠାବାଡି ବିଭାଜନ ପ୍ରଥମ ଆକଳନ ମୁଳ୍ୟ ଅନୁଯାୟୀ ଏକ କି.ମି ପିଛା୨.୫କୋଟି ଟଙ୍କା ଆକଳନ କଲେ ଏବଂ ପୁନଶ୍ଚ ସେହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତାହା ପୁଣି କି.ମି ପିଛା ୩.୪କୋଟି ଟଙ୍କାକୁ ବୃଦ୍ଧି କଲେ ! ପ୍ରଥମ ସୁଚନା ଫଳକରେ ଏହି କାର୍ଯ୍ୟ ମାର୍ଚ ୨୦୨୪ରେ ଶେଷ ହେବ ବୋଲି ଲିପିବଦ୍ଧ ହୋଇଥିବା ବେଳେ ଦ୍ୱିତୀୟ ସୁଚନା ଫଳକରେ ଏହି କାର୍ଯ୍ୟ ଡିସେମ୍ବର ୨୦୨୪ରେ ଶେଷ ହେବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା। କାର୍ଯ୍ୟ ର ଅବଧି ୨ଟି ସୁଚନା ଫଳକ ଅନୁଯାଇ ଶେଷ ହୋଇଥିବା ବେଳେ କେବେ ଏହି କାର୍ଯ୍ୟ ଶେଷ ହେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଏହି ରାସ୍ତା କାର୍ଯ୍ୟ କେବେ ଶେଷ ହେବ ସେ ନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀ ଚରଣ ସିଂ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେି।ରାସ୍ତା ଆରମ୍ଭ ହୋଇଥିବା ଦିଗଛିଆ ବଜାର ଠାରୁ ୧କି.ମି ପର୍ଯ୍ୟନ୍ତ ଏହି ରାସ୍ତା ଆଜି ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାର ନିର୍ମାଣ କରିପାରି ନାହାନ୍ତି।ଅନ୍ୟ ପକ୍ଷରେ ବାଂଶଡା ପୋଲ ପାଖରେ ଶେଷ ହୋଇଥିବା ଏହି ରାସ୍ତା ର ବହୁ ଅଂଶ କାର୍ଯ୍ୟ ଶେଷ ହୋଇଯାଇଛି। ମାତ୍ର ଗୋଟିଏ ପଟରେ କାର୍ଯ୍ୟ ଆରମ୍ଭ ହୋଇ ନଥିବା ବେଳେ ଅନ୍ୟ ପକ୍ଷରେ ଶେଷ ହୋଇଥିବା ଅଂଶ ରୁ ମଧ୍ୟ ପିଚୁ ଉଠିଗଲାଣି। ବିଭାଗୀୟ କର୍ତୁପକ୍ଷଙ୍କ ପାଖରେ ଏ ବାବଦରେ ବହୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ହୋଇ ପଡିଛି। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟର ସମୀକ୍ଷା ହେଉ ନାହିଁ ଏଥିସହ ଗୋଟିଏ ପଟରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ନଥିବା ବେଳେ ଅନ୍ୟ ପଟ ରାସ୍ତାରୁ ପିଚୁ ଉଠିବା ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ବୋଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ରାସ୍ତା କାର୍ଯ୍ୟ ଦାୟିତ୍ୱରେ ଥିବା ରାସ୍ତା ଏବଂ କୋଠାବାଡି ବିଭାଜନ ଚାନ୍ଦବାଲି ଉପଖଣ୍ଡ ଅଧିନରେ କୌଣସି ଉପଖଣ୍ଡ ଅଧିକାରୀ ନଥିବାରୁ ଏହି ରାସ୍ତା କାର୍ଯ୍ୟର ସମୀକ୍ଷା ହୋଇ ପାରୁ ନାହିଁ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସାଧାରଣ ଜନତାଙ୍କ ଅଭିଯୋଗ ଅନୁଯାୟୀ ତୁରନ୍ତ ଏହି ରାସ୍ତା କାର୍ଯ୍ୟ ଶେଷ କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବାକୁ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.