Home ଜିଲ୍ଲା ପରିକ୍ରମା ଭଦ୍ରକ : କୁଆଁସ ଅର୍ବାନ ରିଫ୍ୟୁଜି କଲୋନୀରେ ରହୁଥିବା ଅସହାୟ ବିଧବା ବୃଦ୍ଧାଙ୍କୁ ତଡିବାକୁ ଚକ୍ରାନ୍ତ,...

ଭଦ୍ରକ : କୁଆଁସ ଅର୍ବାନ ରିଫ୍ୟୁଜି କଲୋନୀରେ ରହୁଥିବା ଅସହାୟ ବିଧବା ବୃଦ୍ଧାଙ୍କୁ ତଡିବାକୁ ଚକ୍ରାନ୍ତ, ଜିଲାପାଳ ନ୍ୟାୟ ନଦେଲେ ଆମରଣ ଅନଶନ ଚେତାବନୀ

11
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୁଳସୀ ଦେବନାଥ ନାମକ ଜଣେ ବେସାହାରା ବିଧବା ମହିଳାଙ୍କୁ ସେ ଦୀର୍ଘବର୍ଷରୁ ବସବାସ କରୁଥିବା ସ୍ଥାନରୁ ଚକ୍ରାନ୍ତପୂର୍ଣ୍ଣ ଭାବେ ହଟାଇବା ପାଇଁ କିଛି ବ୍ୟକ୍ତି ଧମକ ଚମକ ଦେଉଥିବା ବିରୁଦ୍ଧରେ ଆଜି ସେ ଜିଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ତାଙ୍କର ଅଭିଯୋଗ ପତ୍ର ମୂଳେ ସେ ଜଣେ ସରଳା, ନିରୀହା ବିଧବା ମହିଳା ହୋଇଥିବାବେଳେ ତାଙ୍କର ଶ୍ୱଶୁର ପ୍ରସନ୍ନ କୁମାର ଦେବନାଥ ଦେଶ ସ୍ୱାଧୀନ ହେବା ସମୟରେ ପାକିସ୍ତାନରୁ ଭାରତ ପଳାଇଆସିଥିଲେ। ସେତେବେଳେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଭଦ୍ରକର ପୌରାଂଚଳ ଅଧୀନସ୍ଥ କୁଆଁସ ଅର୍ବାନ ରିଫ୍ୟୁଜି କଲୋନୀରେ ବାସ କରିବାକୁ ଜମି ଦିଆଯାଇଥିଲା। ୧୯୫୦ ମସିହାରୁ ସେ ସେଠାରେ ବସବାସ କରି ରହିଆସୁଛନ୍ତି। କିନ୍ତୁ ଏବେ କିଛି ଖଳପ୍ରକୃତିର ଚକ୍ରାନ୍ତକାରୀ ଉକ୍ତ ଅର୍ବାନ ରିଫ୍ୟୁଜି କଲୋନୀ ଜମିକୁ ସରକାରୀ ଖାତାରୁ କଟାଇ ସେଠାରୁ ତାଙ୍କୁ ଛାଡି ପଳାଇଯିବାକୁ ଧମକ ଚମକ ଦେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଇତିମଧ୍ୟରେ ଉକ୍ତ ସରକାରୀ ଜମିକୁ କେତେକ ଅସାଧୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଚକ୍ରାନ୍ତପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇ ଘରଦ୍ୱାର କରିଚାଲିଛନ୍ତି। ଏଣୁ ତାଙ୍କଭଳି ଜଣେ ବିଧବା ଅସହାୟ ବୃଦ୍ଧାଙ୍କୁ ସେଠାରେ ଥଇଥାନ କରି ଉପଯୁକ୍ତ ନ୍ୟାୟ ପ୍ରଦାନ ପୂର୍ବକ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଅନ୍ୟଥା ସେ ସପରିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.