Home ଜିଲ୍ଲା ପରିକ୍ରମା ନୟନମଣୀ ଯୁକ୍ତ ଦୁଇ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ, ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର,...

ନୟନମଣୀ ଯୁକ୍ତ ଦୁଇ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ, ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲାପାଳଙ୍କୁ ଭେଟିଲେ ଅଧ୍ୟାପକ

25
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ବାରିକପୁର ବଜାର ସନ୍ନିକଟ ସରଦପୁର ଭଳି ଗ୍ରାମାଂଚଳରେ ଥିବା ଏକମାତ୍ର ବହୁ ପୁରାତନ ନୟନମଣୀ ଯୁକ୍ତ ଦୁଇ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଦାୟିତ୍ୱରେ ଥିବା କମଳିନୀ ଧଳ ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି କାର୍ଯ୍ୟରତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୋଷଣ କରି ଦରମା ଦେଉନଥିବାର ପ୍ରତିବାଦରେ ଆଜି ବହୁ ଅଧ୍ୟାପକ-ଅଧ୍ୟାପିକା ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ରସାୟନ ବିଭାଗର ଅଧ୍ୟାପକ ସୁନୀଲ କୁମାର ରାୟ, ପ୍ରାଣୀବିଜ୍ଞାନର ଅଧ୍ୟାପିକା ରଶ୍ମିତା ମହାନ୍ତି, ବାଣିଜ୍ୟ ବିଭାଗର ଦୁଷ୍ମନ୍ତ କୁମାର ନନ୍ଦ ଓ ଗୌତମ ମିଶ୍ର, ସୂଚନା ଓ ପ୍ରଯୁକ୍ତି ବିଭାଗର ସଂଜୟ କୁମାର ଦାସ,ପ୍ରତାପ କୁମାର ମହାନ୍ତି ପ୍ରମୁଖ ଜିଲାପାଳ ଓ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କୁ ଭେଟି ଦେଇଥିବା ଅଭିଯୋଗ ପତ୍ର ମୂଳେ ଦୀର୍ଘ ୩୨ ବର୍ଷରୁ ଉର୍ଦ୍ଧ୍ୱ ହେବ ପ୍ରତିଷ୍ଠା ହୋଇଥିବା ଏହି କଲେଜରେ ଏବେ ପ୍ରାୟ ୨୮ ରୁ ଉର୍ଦ୍ଧ୍ୱ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି। ତେବେ ଗ୍ରାମାଂଚଳରେ ଥିବା ଏହି ଏକମାତ୍ର କଲେଜଟିରେ କଳା, ବିଜ୍ଞାନ ଓ ବାଣିଜ୍ୟ ଭଳି ବିଭାଗ ରହିଛି। କିନ୍ତୁ ଏହି ଶିକ୍ଷାନୁଷ୍ଠାନ ଦାୟିତ୍ୱରେ ଥିବା ଅଧ୍ୟକ୍ଷା କମଳିନୀ ଧଳ କାର୍ଯ୍ୟରତ ଅଧ୍ୟାୟପକ-ଅଧ୍ୟାପିକା ଓ କର୍ମଚାରୀଙ୍କୁ ପାରିଶ୍ରମିକ ନଦେଇ ଦୀର୍ଘବର୍ଷ ହେବ ଶୋଷଣ କରିଆସୁଛନ୍ତି। ଇତିମଧ୍ୟରେ ବହୁ ଘାତ ପ୍ରତିଘାତ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଗଲାଣି। ଏପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନର କୌଣସି ପରିଚାଳନା ବୈଠକ ବସିନଥିବାବେଳେ ସ୍ଥାନୀୟ ଅଂଚଳର ଅଭିଭାବକ, ଛାତ୍ରୀ ଓ କର୍ମଚାରୀଙ୍କ ଅଭିଯୋଗର ସତ୍ୟତା ମୂଳେ ତତ୍‌କାଳୀନ ଉପଜିଲାପାଳ ଅଜୟ ଜେନା ତାଙ୍କୁ ଅର୍ଥ ତୋଷରପାତ, ଦାୟିତ୍ୱରେ ଅବହେଳା ପାଇଁ ଦେଢବର୍ଷ ନିଲମ୍ବିତ କରିଥିଲେ। ଏହିସବୁ କାରଣରୁ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ପକ୍ଷରୁ ୨ ମାସ ତଳୁ କେନ୍ଦୁଆପଦାର ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ କଲେଜକୁ ଡେପୁଟେସନରେ ବଦଳି କରିଥିଲେ। ମାତ୍ର ଶ୍ରୀମତୀ ଧଳ ରିଲିଭ୍ ହୋଇ ଛୁଟିରେ ରହିବା ମଧ୍ୟରେ କୋର୍ଟରୁ ରହିତାଦେଶ ଆଣି କେନ୍ଦୁଆପଦା କଲେଜରେ ଯୋଗ ଦେଇନଥିଲେ। ଇତିମଧ୍ୟରେ ଉକ୍ତ ରହିତାଦେଶ ଉଠିଯାଇଥିଲେ ମଧ୍ୟ ସେ ବଦଳି ହୋଇଥିବା କଲେଜରେ ଯୋଗନଦେଇ ତାଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ଅଧ୍ୟାପିକା-ଅଧ୍ୟାପକମାନଙ୍କୁ ଦରମା ନଦେଇ ହାରାସ୍ କରିଆସୁଛନ୍ତି। ଏପରିକି ଗେଟ୍‌ରେ ଚାବି ପକାଇ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି। ଏ ସମସ୍ତ କାରଣରୁ ସେମାନେ ବହୁବାର ଉପଜିଲାପାଳ ତଥା ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଫଳରେ ଆଜି ସେମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ପରେ ସେ ଉପଜିଲାପାଳଙ୍କୁ ଘଟଣାର କ୍ଷେତ୍ରୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.