ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ କଂଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ବେଳେ ଡିଜେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଇତି ପୂର୍ବରୁ ମଧ୍ୟ କାଳିମେଘା ମେଳନ ଓ ପୀରହାଟରେ ଡିଜେ ପାଇଁ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଡିଜେ ବଜାଇବାକୁ ଅନୁମତି ନଦେବାକୁ ପ୍ରଶାସନ ଉପରେ ଚାପ ପଡ଼ିଥିଲା। ଯେଉଁଥି ପାଇଁ ପୁଲିସ ଏବେ ଡିଜେ ବାଜିବାକୁ ସମ୍ପୂର୍ଣ୍ଣ ନିଷେଧ କରିଛି। ଏହି ପରିପ୍ରେକ୍ଷୀରେ ଗୁଆମାଳ ଓ ତାଳପଦା ଅଂଚଳରେ ବିବାହ ଶୋଭାଯାତ୍ରାରେ ଡିଜେ ବାଜୁଥିବା ପୁଲିସ ଖବର ପାଇଥିଲା। ତିହିଡ଼ି ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତତ୍କ୍ଷଣାତ୍ ଘଟଣା ସ୍ଥଳରେ ପହଂଚି ୨ଟି ଡିଜେକୁ ଜବତ କରି ଥାନାକୁ ଆଣିଥିଲେ। ଏ ନେଇ ପୁଲିସ ନନ୍ ଏଫ.ଆଇ.ଆର କେଶ ନଂ ୧୫ ଓ ୧୬/୨୫ରେ ସେକ୍ସନ ୫, ଓଡ଼ିଶା ଫାୟାର ଏଣ୍ଡ ଲାଉଡ୍ ସ୍ପିକଟ ଆକ୍ଟ ବଳରେ ଦୁଇଟି ମମାଲା ରଜୁ କରିଥିବା ଜଣା ପଡ଼ିଛି।







