Home ଜିଲ୍ଲା ପରିକ୍ରମା ଗନ୍ଧର୍ବପୋଖରୀରେ ମହାବୀରଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଗନ୍ଧର୍ବପୋଖରୀରେ ମହାବୀରଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

14

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଂଚାୟତ ଅଧିନ ଗନ୍ଧର୍ବପୋଖରୀ ଗାଁରେ ମହାବୀରଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ସମାହିତ ହୋଇଯାଇଛି। ଏହି ଅବସରରେ ଗ୍ରାମଦେବତୀ ଜାଡି ଠାକୁରାଣୀଙ୍କ ଠାରୁ ଆରମ୍ଭ ହୋଇଥିବା କଳସ ଶୋଭାଯାତ୍ରା ଗନ୍ଧର୍ବପୋଖରୀ ଓ ଆରୁହା ଗ୍ରାମ ପରିକ୍ରମା କରି ଲକ୍ଷ୍ମୀନାରାୟଣ ପୋଖରୀରେ କଳସ ବୁଡା ଯାଇଥିଲା। ପରେ ଜଳଯାତ୍ରା ଓ ଘଟଉତୋଳନ, ମଣ୍ଡପରେ ସୂର୍ଯ୍ୟାଦି ପୂଜା, ଗୁରୁଧରିତ୍ରୀ ପୂଜା ଓ ଯଜ୍ଞ ମଣ୍ଡପରେ ଅୟମ ଆରମ୍ଭ ହୋଇଥିଲା। ପରେ ମାରୁତିନନ୍ଦନଙ୍କ ମହାସ୍ନାନ, ଶୋଢଷ ଉପଚାର ପୂଜା ଓ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା। ମଙ୍ଗଳବାର ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ମଣ୍ଡପ କାର୍ଯ୍ୟ, ଲକ୍ଷ୍ମୀନାରାୟଣ ପୂଜା, ଗୀତା ପାଠ କରାଯାଇ ଗୋଧୂଳି ଲଗ୍ନେ ପୂର୍ଣ୍ଣାହୂତି ହୋଇଥିଲା। କର୍ତାଭାବେ ଗଙ୍ଗାଧର ଦାସ, ମନ୍ଦିରର ନୀତି ପୂଜକ କିଶୋର ପଣ୍ଡାଙ୍କ ସମେତ ଶ୍ୟାମସୁନ୍ଦର ମିଶ୍ର, ସିଦ୍ଧାନ୍ତ ମିଶ୍ର, ମଙ୍ଗରାଜ ମିଶ୍ର, ଶ୍ରୀଧର ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ଶ୍ୟାମସୁନ୍ଦର ଦାସ, କୈଳାସ ଦାସ, ରବିନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ଗୟାଧର ବଳ, ଜିତେନ୍ଦ୍ର ବଳ, ସୌମ୍ୟ ଦାସ, ଶ୍ରୀକାନ୍ତ ଦାସ, ପ୍ରଶାନ୍ତ ମହାନ୍ତି, ରାକେଶ ଦାସ, ରାଜେନ୍ଦ୍ର ବଳ, ମୁକୁନ୍ଦ ଦାସ, ପ୍ରକାଶ ବଳ, ବାବୁଲି ଦାସ, ଦେବେନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ବସନ୍ତ ଦାସ, ବାସୁଦେବ ଦାସ, ଅରୁଣି ବଳ, ଅଶ୍ୱନୀ ଦାସ, ଅଜୟ ଦାସ, ଶରତ ଦାସ, ସାଇରାମ ବଳ, କୈଳାସ ବଳ, ଗଣେଷ ବଳ, ପାଗଳା ବଳ ଓ କୁନା ବଳ ପ୍ରମୁଖ ସମସ୍ତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.