Home ଜିଲ୍ଲା ପରିକ୍ରମା ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ତିହିଡ଼ି ବ୍ଲକ କମିଟି ପକ୍ଷରୁ ବିକ୍ଷୋଭ

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ତିହିଡ଼ି ବ୍ଲକ କମିଟି ପକ୍ଷରୁ ବିକ୍ଷୋଭ

10

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ତିହିଡ଼ି ବ୍ଲକ କମିଟି ପକ୍ଷରୁ ଶନିବାର କ୍ଷେତମଜଦୁର ଓ ଗ୍ରାମଣି ଶ୍ରମିକମାନଙ୍କ ଜୀବନ ଜୀବିକା ସୁରକ୍ଷା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷେଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସିପିଏମ ଆଂଚଳିକ କମିଟି ସମ୍ପାଦକ ବିଷ୍ଣୁ ଦାଶଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଷେତମଜଦୁର ୟୁନିୟନ ଜିଲା ସଭାପତି ପ୍ରଫୁଲ୍ଲ ପାଢ଼ୀ, ବରିଷ୍ଠ ଶ୍ରମିକନେତା ନାରାୟଣ ଦାଶ, ମଳୟ ଭୋଇ, ସତ୍ୟବ୍ରତ କୁଣ୍ଡ, ନିର୍ମଳ ଦଳାଇ, ଭାଗବତ ସେନାପତି, ବାଦଲ ଦାସ, ଶ୍ରୀଧର ଜେନା, ଜ୍ୟୋତିର୍ମୟ ମଳିକ, ବିଜୟ ଦାସ, ଫକୀର ମହାଳିକ, ମୋହନ ମହାଳିକ, ଭିକାରୀ ଚରଣ ନାୟକ, ଅର୍ଜୁନ ବଳ, ଅକ୍ଷୟ ସାହୁ, କୁଶ ବାରିକ, ଅନନ୍ତ ଜେନା, ପୀତାମ୍ବର ମଳିକ, ରାମ ମହାଳିକ, ଅଲେଖ ବାରିକ, ବନମାଳି ମହାନ୍ତି, ସୁବାସ ମହାଳିକ, ନବ ଜେନା, ସେକ୍ ଲିଟୁ, ସେନ୍ ସାହା, ମୁକ୍ତିକାନ୍ତ ଭଳ, ସତ୍ୟଜିତ୍ କୁଣ୍ଡ, ମହିଳା ଶ୍ରମିକ କନକଲତା ଦାସ ପ୍ରମୁଖ ଯୋଗ ଦେଇ କ୍ଷେତ ମଜଦୁର ଓ ଗ୍ରାମିଣ ଶ୍ରମିକମାନଙ୍କୁ କାମ, ନାଯ୍ୟ ମଜୁରୀ, ଖାଦ୍ୟ, ବାସଗୃହ ଓ ସାମାଜିକ ନିରାପତା, ନାଗରିକର ସାମ୍ବିଧାନିକ ଅଧିକାର ଇତ୍ୟାଦି ଦାବି ପୂରଣ କରିବା ସହିତ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମନରେଗା ଶ୍ରମିକମାନଙ୍କ ମଜୁରି ୨୭୨ଟଙ୍କା ଧାର୍ଯ୍ୟ କରିବା ଶ୍ରମିକମାନଙ୍କୁ ଉପହାସ ସହିତ ସମାନ ବୋଲି କହିଥିବା ବେଳେ ଦୈନିକ ମଜୁରୀ ୬୦୦ଟଙ୍କା କରାଯିବା ଆବଶ୍ୟକ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାଶନକାର୍ଡ଼ ଯୋଗାଇ ଦେବା, ଭୂମିହୀନ ପରିବାରକୁ ଘରଡିହ ଓ ବାସଗୃହ ଯୋଗାଇଦେବା, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ମାସିକ ୩ହଜାର ଟଙ୍କା କରିବା, ୩୦୦ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରିବା, ଭାଗଚାଷୀଙ୍କ ପାଇଁ ଆଇନଗତ ବ୍ୟବସ୍ଥା କରିବା, ସମସ୍ତ ଚାଷୀଙ୍କ ଋଣ ଛାଡ଼ କରିବା, ଜଂଗଲ ଅଧିକାର ଆଇ ଅନୁଯାୟୀ ଜଙ୍ଗଲ ଅଧିକାର ଆଦିବାସୀମାନଙ୍କୁ ଯୋଗାଇ ଦେବା, ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ସ୍କିମ୍ ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦେବା, ବେକାର ଯୁବକ ଯୁବତୀମାନଙ୍କୁ ବର୍ଷକୁ ୨କୋଟି ନିଯୁକ୍ତି ଦେବା ଇତ୍ୟାଦି ଦାବି କରିଥିଲେ। ଏହି ଦାବି ପୂରଣ କରାନଗଲେ ଆସନ୍ତା ମଇ ୨୦ ତାରିଖରେ ଶ୍ରମିକ କ୍ଷେତମଜଦୁରମାନେ ଶ୍ରମିକ ଧର୍ମଘଟ କରିବାକୁ ଡାକରା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.