Home ଜିଲ୍ଲା ପରିକ୍ରମା ଚରମ୍ପା ନାରାୟଣ ଇଂଟର ନ୍ୟାସ୍‌ନାଲ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ଚରମ୍ପା ନାରାୟଣ ଇଂଟର ନ୍ୟାସ୍‌ନାଲ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

19

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚରମ୍ପା ପଥରଆଡ଼ି ସ୍ଥିତ ନାରାୟଣ ଇଂଟର ନ୍ୟାସ୍‌ନାଲ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଦିଲ୍ଲୀରଞ୍ଜନ ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ସାହିତ୍ୟିକ କଲ୍ଲୋଳ କୁମାର ଲେଙ୍କା, ବରେଣ୍ୟ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ସାମଲ ଓ ବରିଷ୍ଠ ଅଧିବକ୍ତା ପବନ କୁମାର ଶର୍ମା ମଂଚାସିନ ଥିଲେ। ମୁଖ୍ୟ ଅତିଥି ବକ୍ତବ୍ୟ ମାଧ୍ୟମରେ କୁନିକୁନି ପିଲାମାନଙ୍କୁ ବର୍ଣ୍ଣବୋଧର ସ୍ରଷ୍ଟା ମଧୁସୂଦନ ରାଓଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦ ଓ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ନୀତି ଆଦର୍ଶର ମହନୀୟ ଗୁଣ, ପୁରାତନ କାଳ ଶିକ୍ଷାର ଅବତାରଣା କରିବା ସହ ପିଲାମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ପାରମ୍ପରିକ ନାଚ ଗୀତ ସହ ସଂସ୍କାରି ହେବା ଉଚିତ ବୋଲି ମତ ପୋଷଣ କରିଥିଲେ। ଏହା ହୋଇପାରିଲେ ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠାତା ଅଜୟ କୁମାର ନାୟକଙ୍କ ସ୍ୱପ୍ନ ସାକାର ହେବା ସଙ୍ଗେ ସଙ୍ଗେ ତାଙ୍କର ଦିବଂଗତ ବଡ଼ଭାଇ ସ୍ୱର୍ଗତ ନାରାୟଣ ଚନ୍ଦ୍ର ନାୟକଙ୍କ ନାମରେ ନାମିତ ଉକ୍ତ ସ୍କୁଲର ନାମ ଭଦ୍ରକ ଜିଲ୍ଲାର ସୁନାମ ଆଣି ପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ପ୍ରକାଶ କରିଥିଲେ। ଉକ୍ତ ସ୍କୁଲଟି ଛୋଟ ଛୋଟ ପିଲାମାନଙ୍କୁ ନେଇ ଏଠାରେ ଶିକ୍ଷାଦାନ କରିଆସୁଥିଲେ ମଧ୍ୟ ଚଳିତ ବର୍ଷ ୨୦୨୫ମସିହା ଠାରୁ ରାଜ୍ୟସରକାରଙ୍କ ଗଣଶିକ୍ଷା ବିଭାଗର ବିଭାଗୀୟ ଅଧିକାରୀଙ୍କ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ସରକାର ଶିକ୍ଷାଦାନ ପାଇଁ ଅନୁମତି ଦେଇଥିବାରୁ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ବୃହତର ଶିକ୍ଷା ନିମନ୍ତେ ଚରମ୍ପା ରେଲୱେ ଷ୍ଟେସନ ସନ୍ନିକଟ ଥୋରଦା ଗ୍ରାମରେ ୩ ଏକର ପରିମିତ ଜମିରେ ବହୁତଳ ପ୍ରସାଦ କ୍ଲାସରୁମ ସହ କ୍ରୀଡ଼ାର ବିକାଶ ନିମନ୍ତେ ସ୍କୁଲର ସ୍ଥାୟୀ ସଭାପତି ମନରଞ୍ଜନ ଖୁଂଟିଆଙ୍କ କରକମଳରେ ଗତ ଶ୍ରୀପଂଚମୀ ଦିନ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ୨ ବର୍ଷ ମଧ୍ୟରେ ଉକ୍ତ ସ୍କୁଲଟି ପୂର୍ଣ୍ଣାଙ୍ଗ କରାଯାଇ ୨୦୨୭ଶିକ୍ଷାବର୍ଷରୁ ପିଲାମାନଙ୍କୁ ନେବାଆଣିବା ପାଇଁ ସ୍କୁଲ ବସ୍‌ର ବ୍ୟବସ୍ଥା ସହ ଏଠାରେ କମ୍ପୁଟରାଇଜ ସ୍ମାର୍ଟକ୍ଲାସ ଆରମ୍ଭ ହେବ ବୋଲି ସ୍କୁଲର ସମ୍ପାଦକ ଦିଲ୍ଲୀରଞ୍ଜନ ଖୁଂଟିଆ ବକ୍ତବ୍ୟ ରଖିଥିଲେ। ବାର୍ଷିକ ଉତ୍ସବରେ ସ୍କୁଲର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇ ଏଥିରେ କୃତିତ୍ୱ ଅର୍ଜନ କରିଥବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସ୍କୁଲର ପ୍ରିନ୍‌ସିପାଲ ଜୟନ୍ତୀ ବାରିକ, ଶିକ୍ଷକ ମିଲନ ବାରିକ, ନିର୍ମଳା ପଟ୍ଟନାୟକ, କ୍ଲର୍କ ପ୍ରଦୀପ କୁମାର ଭୋଇ, ସହକର୍ମୀ ଆଲ୍ଲୀଚରଣ ପଟ୍ଟନାୟକ, ପ୍ରତିଷ୍ଠାତା ସଦସ୍ୟ ସାଇଶ୍ରୀ ଶକ୍ତିପ୍ରସାଦ ବିବେକାନନ୍ଦ ଖୁଂଟିଆ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଚିନ୍ତାମଣି ମହାରଣା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ, ରଞ୍ଜନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.