Home ଜିଲ୍ଲା ପରିକ୍ରମା ନାରୀ ନିର୍ଯାତନା ପ୍ରତିବାଦରେ ତିହିଡି କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ନାରୀ ନିର୍ଯାତନା ପ୍ରତିବାଦରେ ତିହିଡି କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

12

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ, ହତ୍ୟା, ଅପହରଣ ବୃଦ୍ଧି ପାଉଛି। ଏହି ଅଭିଯୋଗ ଆଣି ମଙ୍ଗଳବାର ସନ୍ଧ୍ୟାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ତିହିଡ଼ି ତହସିଲ ଛକ ଠାରୁ ଆରମ୍ଭ ହୋଇ ବ୍ଲକ ଛକଠାରେ ଶେଷ ହୋଇଥିଲା। ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସଙ୍କ ନେତୃତ୍ୱରେ ଏହି ମଶାଲ ଶୋଭାଯତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ଉଦ୍ଧବ ଚରଣ ନାୟକ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ନାୟକ, ମୀନକେତନ ସେନାପତି, ଗଣେଶ ମଳିକ, ବିପିନ ବିହାରୀ ପତି, ଆଶୀଷ କୁମାର ମଲିକ, ବେଣୁଧର ଦାସ, ଦେବେନ୍ଦ୍ର ବେହେରା, ଭାସ୍କର ନାଥ, ପୀତାମ୍ବର ସେଠୀ, ଦିବ୍ୟସିଂହ ବଳ, କରୁଣାକର ମହାରଣା, ପୀତବାସ ନାୟକ, ଚୈତନ୍ୟ ସେଠୀ, ସୁରେଶ ମହାପାତ୍ର, ଦିଲୀପ ବିଶ୍ୱାଳ, ସୌମ୍ୟଗୋପାଳ ନାୟକ, ସୁଧାଂଶୁ ଶେଖର ମାହୁନ୍ତ, ଶିବ ପ୍ରସାଦ ନାୟକ, ସମ୍ବିତ ସାହୁ, ସୁରେନ୍ଦ୍ର ସାହୁ, ବିକ୍ରମ ଜେନା, ଚନ୍ଦ୍ରକାନ୍ତ ବାରିକ, ଗୋପୀନାଥ ଦାସ, ବଳରାମ କବି, ଗୋରାବାବୁ ସାହା, ରାଧାକାନ୍ତ ନାୟକ, ସୌମ୍ୟରଂଜନ ବାରିକ, ନାରାୟଣ ଚନ୍ଦ୍ର ଜେନା, ବିଜୟ ନାୟକ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ ମଶାଲ ଧରି ବିଭିନ୍ନ ଶ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.