Home ଜିଲ୍ଲା ପରିକ୍ରମା ଶୁଭମ ପକ୍ଷରୁ ୧୩୪ତମ ଆମ୍ବେଦକର ଜୟନ୍ତୀ ସମାରୋହ, ଆମ୍ବେଦକର ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନ ରେ...

ଶୁଭମ ପକ୍ଷରୁ ୧୩୪ତମ ଆମ୍ବେଦକର ଜୟନ୍ତୀ ସମାରୋହ, ଆମ୍ବେଦକର ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନ ରେ ପ୍ରମୁଖ ସୂତ୍ରଧର

15

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ବୋଡ଼କ ଠାରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ସହଯୋଗରେ ଅଗ୍ରଣୀ ସାମାଜିକ ସଂଗଠନ ଶୁଭମ ପକ୍ଷରୁ ଡ. ବି. ଆର. ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ବୈକୁଣ୍ଠ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତ୍ୟାଗ ଭୂମି ସାଂସ୍କୃତିକ ସମ୍ମେଳନ ର ସଭାପତି ଅଜୟ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନଜୀବୀ ଗିରିଧାରୀ ନାଥ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚଞ୍ଚ ଗୋଲକ ଚନ୍ଦ୍ର ସାମଲ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ, ସମାଜସେବୀ ମହେନ୍ଦ୍ର ମଲ୍ଲିକ, ସମ୍ନାନିତ ବକ୍ତା ଭାବେ ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା, ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ଅଧ୍ୟାପକ ଉମାକାନ୍ତ ମହାଳିକ, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ, ଯୁବ ନେତା ତଥା ଆଇନଜୀବୀ କଳ୍ପତରୁ ପରିଡ଼ା ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନ ରେ ପ୍ରମୁଖ ସୂତ୍ରଧର ବୋଲି କହିଥିଲେ। ଏହି ଅବସରରେ ଆମ୍ବେଦକରଙ୍କ ଉପରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଗୋଲକ ପ୍ରସାଦ ପରିଡା ଓ ମାଳତୀଲତା ପରିଡା ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବା ସହିତ ସମାଜସେବା ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା କୁମାର ଗଙ୍ଗାଧରଙ୍କୁ ସଂଗଠନ ପକ୍ଷରୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସଂଗଠନର ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ସମାରୋହରେ ବୋଡ଼କ ପଂଚାୟତର ବିଭିନ୍ନ ଅଂଚଳରୁ କୃଷକ ଦଳିତ ଓ ସଚେତନ ନାଗରିକ ମାନେ ଯୋଗ ଦେଇ ବାବା ସାହେବଙ୍କ ଫଟୋ ଚିତ୍ରା ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଟ ସଦସ୍ୟ ଦେବେନ୍ଦ୍ର ଭଞ୍ଜ, ସନାତନ ଜେନା, ବୀରେନ୍ଦ୍ର ଭଞ୍ଜ, ଚକ୍ରଧର ଜେନା, ବାବାଜୀ ଚରଣ ଭଞ୍ଜ, ରାଜା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.