Home ଜିଲ୍ଲା ପରିକ୍ରମା “ଦିବାରାତ୍ରିର ସମଦୀର୍ଘତ୍ୱ ହିଁ ବିଷୁବ” , ଆମ ମାତୃଭାଷା ପରିଷଦର ସ୍ୱନକ୍ଷତ୍ର ସଂକ୍ରାନ୍ତି ଆସର

“ଦିବାରାତ୍ରିର ସମଦୀର୍ଘତ୍ୱ ହିଁ ବିଷୁବ” , ଆମ ମାତୃଭାଷା ପରିଷଦର ସ୍ୱନକ୍ଷତ୍ର ସଂକ୍ରାନ୍ତି ଆସର

17

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଓ କବି ଉମାକାନ୍ତ ନାୟକଙ୍କ ପୁସ୍ତକ “ପତ୍ରଝଡା ଫଗୁଣ”ର ସମୀକ୍ଷା କଲ୍ୟାଣୀ ନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ଇଂ. ଅଭୟ ସୂତାରଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଶିକ୍ଷାବିତ୍ ମନୀନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିଥିଲେ । ବେଦପାଠ ଓ ସମ୍ପାଦକୀୟ ପାଠ କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ । “ଉତ୍କଳୀୟ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି” ଶୀର୍ଷକ ଆଲୋଚନା ଚକ୍ରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ଦାସ, ଶିକ୍ଷାବିତ୍ ଗୟାଧର ପଣ୍ଡା, ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ, ଶିକ୍ଷାବିତ୍ ଗୌତମ ମହାରଣା, ଗୌରାଙ୍ଗ ଚନ୍ଦ୍ର ବାରିକ, ଲକ୍ଷ୍ମଣ କୁମାର ମହାନ୍ତି ପ୍ରମୁଖ ଦିବାରାତ୍ରି ସମଦୀର୍ଘତ୍ୱ ହିଁ ବିଷୁବ ସଂକ୍ରାନ୍ତି ଅର୍ଥାତ୍ ଦିନ ଓ ରାତି ସମାନ ସମୟ ହୋଇଥାଏ । ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି କୁହାଯାଏ । ପୁନଶ୍ଚ ବିଷୁବ ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ବୋଲି ମତବ୍ୟକ୍ତ କରିଥିଲେ । ଚରମ୍ପା ମହାବିଦ୍ୟାଳୟର ଅଧ୍ୟାପିକା ସୁକାନ୍ତି ମହାପାତ୍ର “ପତ୍ରଝଡା ଫଗୁଣ” ପୁସ୍ତକର ସମୀକ୍ଷା କରିଥିଲେ । କବି ରୂପଶ୍ରୀ ରାଉତ, ସଂଯୁକ୍ତା ବଳ ନାୟକ ଓ ମାନସୀବାଳା ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଦମୟନ୍ତୀ ନାଥ, ରମେଶ ଚନ୍ଦ୍ର ରାୟ, ନିରଞ୍ଜନ ନାୟକ, ସନ୍ତୋଷ କୁମାର ସାହୁ, ବିଜୟ କୁମାର ବହଳୀ,ବିପ୍ଳବୀ କବି ବିପ୍ଳବ ହୋତା, ବାବାଜୀ ଚରଣ ମହାନ୍ତି, ଚିତ ରଞ୍ଜନ ମହାପାତ୍ର, ଉପେନ୍ଦ୍ର କୁମାର ବାରିକ, ଉପେନ୍ଦ୍ର କୁମାର ପୃଷ୍ଟି, ମୁସ୍ତାକ୍ ଗହ୍ୱର, ଶେଖ୍ ଅବଦୁଲ୍ ଦୟାନ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ଅଦେଲ ଖାଁ, ଅଂଶୁମାନ ସ୍ୱାଇଁ, ରଜତ କୁମାର ସାହୁ, ବସନ୍ତ କୁମାର ରାଉତ, ନିରଦ ନାୟକ, ଜଗନ୍ନାଥ ଓଝା, ଦୟାନିଧି ବେହେରା, ସୁବାସ ଚନ୍ଦ୍ର ବଳ, ନରେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ୬୦ ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ମଂଚ ପରିଚାଳନା, ନାରାୟଣ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ ଓ ଶେଷରେ ସହ ସମ୍ପାଦିକା ମମତା ରାଣୀ ଦାଶ ମିଶ୍ର ଭଜନ ପରିବେଷଣ ଓ ଶାନ୍ତିପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.