
ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ରେ ମଙ୍ଗଳବାର ଜିଲ୍ଲାପାଳ ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଟିତ ହୋଇଥିଲା ଏଥିରେ ୭୦ ଟି ଅଭିଯୋଗ ଗ୍ରହଣ କରା ଯାଇଥିଲା । ଏହି ଅଭିଯୋଗ ଶୁଣାଣିରେ ୫୩ ଟି ବ୍ୟକ୍ତିଗତ,୧୪ ଟି ଗ୍ରାମ ବିବାଦ ଓ ୩ ଟି ରେଡକ୍ରସ ସମ୍ବଦୀୟ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରି ସମାଧାନ ନିମନ୍ତେ ବିଭାଗୀୟ ଅଧିକାରି ଙ୍କୁ ନିର୍ଦେଶ ଦେଇ ଥିଲେ । ଏହି ଅବସରରେ ରେଡକ୍ରସ ପକ୍ଷରୁ ମୁକ୍ତିକାନ୍ତ ପଣ୍ଡା ଙ୍କୁ ୨୦ ହଜାର,ରବୀନ୍ଦ୍ର ବେହେରା ଙ୍କୁ ୪ ହଜାର, ଜୟରାମ ସ୍ୱାଇଁ ଙ୍କୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଚାରି ଜଣ ଭିନ୍ନକ୍ଷମ ଯଥା ଗଦାଧର ଗାହାଣ, ସାଧୁ ବେହେରା, ନିରୋଦ ଦାସ ଓ ସୁଶାନ୍ତ ସାହୁ ଙ୍କୁ ଟାଇ ସାଇକେଲ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିଲୀପ ରାଉତରାୟ ଙ୍କ ଅଧ୍ୟକ୍ଷତା ରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମଡକର ସମ୍ବିଦି ସମ୍ପଦ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ପି ଡି ଶୁଭେନ୍ଦୁ ସାମଲ, ସି ଡି ଏମ ଓ ସୁଧାଂଶୁ ବଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପ ଲତା ପାତ୍ର ଉପସ୍ଥିତ ହୋଇ ଅଭିଯୋଗ ଗ୍ରହଣ କରିଥିଲେ ।ବିଡ଼ିଓ ବନ ବିହାରୀ ଦୀନ୍ଦା,ଅତିରିକ୍ତ ତହସିଲଦାର ସାଇ ସିଲୋନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ସରକାର ଙ୍କ ନିର୍ଦେଶ କ୍ରମେ ପ୍ରବଳ ଖରାଯୋଗୁଁ ଏହି ଅଭିଯୋଗ ଶୁଣାଣୀ ସକାଳ ୭ ଟା ରୁଦିନ ୧୦ ଟା ଯାଏ ଅଭିଯୋଗ ଶୁଣାଣି ପାଇଁ ନିର୍ଦେଶ ହୋଇ ଥିବାବେଳେ ଜିଲ୍ଲା ରୁ ଅଧିକାରି ମାନେ ପହଞ୍ଚିଥିବା ବେଳେ ଅନ୍ୟ ବିଭାଗୀୟ ଅଧିକାରି ମାନେ ବହୁ ବିଳମ୍ୱ ରେ ଶିବିରରେ ପହଂଚିଥିଲେ । ଫଳରେ ଅଭିଯୋଗ ଶୁଣାଣି ରେ ବାଧା ଉପୁଜିଥିଲା । ଏନେଇ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ଅଧିକାରି ଙ୍କୁ ସଚେତନ କରିଥିଲେ ପରବର୍ତୀ ସମୟରେ ଯଦି ଏପରି ପରିସ୍ଥିତି ଉପୁଯେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତାଗିଦି ମଧ୍ୟ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଚି ସରକାର ଯେଉ ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମ କରୁଛନ୍ତି ଯଦି ବିଭାଗୀୟ ଅଧିକାରୀ ମାନେ ଖାମଖିଆଲି କରନ୍ତି ତେବେ ସାଧାରଣ ଲୋକମାନେ କି ନ୍ୟାୟ ପାଇବେ ତାହା ଅନୁମାନ କରାଯାଇ ପାରେ ।







