Home ଭଦ୍ରକ ୯୧ ବର୍ଷର ମଙ୍ଗଳପୁର ନିତାଇଗୌର କୀର୍ତନ କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମଯଜ୍ଞ

୯୧ ବର୍ଷର ମଙ୍ଗଳପୁର ନିତାଇଗୌର କୀର୍ତନ କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମଯଜ୍ଞ

39

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ପୂର୍ବବର୍ତୀ ୧୯୩୫ ମସିହାରେ ସ୍ଥାପିତ ଏହି ଜିଲାର ଧାମନଗର ବ୍ଲକ୍ ଖପରପଦା ଗ୍ରାମପଂଚାୟତର ଲୁଣିଆ ରାଜସ୍ୱ ଗ୍ରାମ ସାମିଲ ମଙ୍ଗଳପୁରରେ ଥିବା ସର୍ବ ପୁରାତନ ହରିନାମ ଯଜ୍ଞ କୀର୍ତନ ମଣ୍ଡପରେ ନିତାଇଗୌର କୀର୍ତନ କମିଟି ପକ୍ଷରୁ ୩ଦିନ ବ୍ୟାପି ୯୧ ତମ ସାମ୍ବତ୍ସରିକ ଉତ୍ସବ ଅବସରରେ ଶ୍ରୀ ଶ୍ରୀ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶୁଭାଧିବାସରେ ଆରମ୍ଭ ହୋଇଥିବା ଏହି ଉତ୍ସବ ଅହୋ ରାତ୍ର ହରିନାମ କୀର୍ତନ, ନଗର ସଂକୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନରେ ଶେଷ ହୋଇଥିଲା । ଏଥି ଉପଲକ୍ଷେ ଆୟୋଜିତ ଧର୍ମ ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଆମ ସନାତନ ଧର୍ମରେ ହରିନାମ ଠାରୁ ଆଉ କୌଣସି ବଡ଼ ଓ ଶ୍ରେଷ୍ଠ ମନ୍ତ୍ର ନାହିଁ ବୋଲି କହି ଆଜିର ଅବକ୍ଷମୁଖୀ ସମାଜରେ ଏହା ଲୋପ ପାଇଯାଉଥିବାରୁ ଏହାହିଁ ଭବିଷ୍ୟତର ବିଶ୍ୱକୁ ବଂଚାଇ ରଖିବାରେ ମୁଖ୍ୟ ସହାୟକ ହେବ ବୋଲି ପ୍ରବଚନ ମାଧ୍ୟମରେ କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧୁ ଅଚ୍ୟୁତାନନ୍ଦ ବ୍ରହ୍ମଚାରି, ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର,ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । କମିଟି ସଭାପତି ନିରଞ୍ଜନ ମଲ୍ଲିକ, ସଂପାଦକ ଲକ୍ଷ୍ମୀଧର ପଣ୍ଡା, ବନମାଳୀ ପଣ୍ଡା, ପ୍ରିୟଦର୍ଶନ ପଣ୍ଡା, କାର୍ତିକ ପତି, କାଳନ୍ଦୀ ମଲ୍ଲିକ, ବାବୁରାମ ମଳିକ, ଚୌଧୁରୀ ମଳିକ, ରମାକାନ୍ତ ମଳିକ, ରାମଚନ୍ଦ୍ର ସାହୁ, ନିରାକାର ସାହୁ, ଭବାନୀ ଶଙ୍କର ପଣ୍ଡା ଓ ସନାତନ ଦାସ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.