Home ଜିଲ୍ଲା ପରିକ୍ରମା ଅଷ୍ଟପହରି ସଙ୍କୀର୍ତନରେ ଭୋଜି ଖାଇ ୨୦ରୁ ଉର୍ଦ୍ଧ ଲୋକେ ମେଡିକାଲରେ ଭର୍ତି

ଅଷ୍ଟପହରି ସଙ୍କୀର୍ତନରେ ଭୋଜି ଖାଇ ୨୦ରୁ ଉର୍ଦ୍ଧ ଲୋକେ ମେଡିକାଲରେ ଭର୍ତି

24

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅଙ୍ଗେଇପାଳ ଗ୍ରାମର ଗତ କାଲି ଅଷ୍ଟପହରି ନାମ ସଙ୍କୀର୍ତନରେ ଭୋଜି ଖାଇ ୨୦ ରୁ ଉର୍ଦ୍ଧ ଗ୍ରାମ ଲୋକେ ମେଡ଼ିକାଲରେ ଭର୍ତି ହୋଇଛନ୍ତି। ପରେ ଚିକିତ୍ସିତ ହୋଇ ନିଜ ନିଜର ଘରକୁ ଫେରିଯାଇଛନ୍ତି। ଖବର ରୁ ନେବାରୁ ଜଣାଯାଏ ଗୁରୁବାର ଅଙ୍ଗେଇପାଳ ଗ୍ରାମର ନାମ ସଙ୍କୀର୍ତନ ଓ ଶୁକ୍ରବାର ନଗର ଭ୍ରମଣ ହୋଇଥିଲା। ଏଥିରେ ପୁରା ଗ୍ରାମ ଉତ୍ସବ ମୁଖର ହୋଇଥିଲା। ଏହି ୨ ଦୀନ ଗ୍ରାମ ଲୋକଙ୍କ ପାଇଁ ଭୋଜି ଭାତର ଆୟୋଜନ ହୋଇଥିଲା। ମଧ୍ୟାହ୍ନ ଓ ରାତ୍ରରେ ଗ୍ରାମ ଲୋକେ ସେହି ଭୋଜିରେ ସାମିଲ୍ ହୋଇ ଭୋଜନ କରିଥିଲେ। ଭୋଜିରେ ଭାତ ,ଡାଲି, ତରକାରୀ ଓ ଖଟା ଭଳି ଖାଦ୍ୟ ଖାଇ ଘରକୁ ଯାଇ ଝାଡା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତାହା ସହ ପେଟ କାଟିବା ଭଳି ଲକ୍ଷଣ ଦେଖାଦେଇଥିଲା। ଏଥିରେ ଜଣ ଙ୍କ ପରେ ଜଣେ ଧାମନଗର ମେଡିକାଲରେ ପହଂଚି ନିଜର ଚିକିତ୍ସା କରାଇ କିଛି ଲୋକେ ଔଷଧ ନେଇ ଥିଲେ। ଛୋଟ ଶିଶୁ ମାନେ ଅଧିକ ଆକ୍ରାନ୍ତ ହେବାରୁ ତାଙ୍କୁ ସାଲାଇନ ଓ ଔଷଧ ପ୍ରଦାନ କରାଯାଇ ସୁସ୍ଥ ହେବା ପରେ ଘରକୁ ବିଦା କରାଯାଇଛି। ତେବେ ଖାଦ୍ୟ ଖାଇସାରିବା ପରେ ଏଭଳି ଲକ୍ଷଣ ଦେଖାଦେଇଥିଲା। ଯାହାକୁ ନେଇ ଗ୍ରାମରେ ଭୟ ସୃଷ୍ଟି ହୋଇଥିଲା। ଏନେଇ ଧାମନଗର ସ୍ୱାସ୍ଥ୍ୟ ଅଧିକାରୀ ମନ୍ମୟ ସାମନ୍ତ ସିଂହାର କୁହନ୍ତି କି ଖାଦ୍ୟ ଖାଇ ଫୋଡ ପୟଜନ୍‌ର ସିକ୍ୱାର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପରେ ଠିକ୍ ହେଲାପରେ ସେମାନଙ୍କୁ ବିଦା କରି ଦିଆଯାଇଅଛି। ଏଥିରେ ଅଧିକ ଶିଶୁ ମାନେ ଆକ୍ରାନ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.