Home ଜିଲ୍ଲା ପରିକ୍ରମା ଭଦ୍ରକ ମହାବିଦ୍ୟାଳୟର ବାର୍ଷିକୋତ୍ସବ

ଭଦ୍ରକ ମହାବିଦ୍ୟାଳୟର ବାର୍ଷିକୋତ୍ସବ

153

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗାଶଙ୍କର ଦାସଙ୍କ ସଭାପତିତ୍ୱରେ ଓଡିଶାର ଉଚ୍ଚଶିକ୍ଷା, କ୍ରୀଡା, ଯୁବବ୍ୟାପାର ଓ ସଂସ୍କୃତି ବଭାଗର ମାନ୍ୟବର ମନ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଉନ୍ନତି ପଥରେ ଅର୍ଥ କେବେହେଲେ ବାଧକ ହେବ ନାହିଁ ବୋଲି କହିଥିଲେ ଏବଂ ଖୁବ୍ ଶୀଘ୍ର ଭଦ୍ରକରେ ବହୁ ପ୍ରତୀକ୍ଷିତ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶେଷକରି ଛାତ୍ରଛାତ୍ରୀମାନଙ୍କ ଉଦ୍ଧେଶ୍ୟରେ ମନ୍ତ୍ରୀ କହିଥିଲେ ଯେ, ଓଡିଶା ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛନ୍ତି । ନିକଟ ଭବିଷ୍ୟତରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ ମଧ୍ୟ ନିଯୁକ୍ତି ମେଳାର ଆୟୋଜନ କରାଯିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେହିପରି ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏହି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ବୋଲି ପରିଚୟ ଦେଇ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ଏହି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ହିସାବରେ ଏହି ଅନୁଷ୍ଠାନର ଉନ୍ନତି ତାଙ୍କର ଦାୟିତ୍ୱ ବୋଲି ସ୍ୱୀକାର କରିଥିଲେ । ତେଣୁ ସେସବୁ ସମସ୍ୟାକୁ ଦାବୀ ବୋଲି ନକହି କେବଳ ଆଉ ଥରେ ସରକାରଙ୍କୁ ମନେ ପକେଇ ଦେଇଛନ୍ତି ବୋଲି ଭାବନ୍ତୁ ବୋଲି କହିଥିଲେ। ଶିକ୍ଷାର୍ଥୀମାନେ ନିଷ୍ଠାର ସହିତ ପାଠ ପଢିଲେ ସେମାନେ ଚାକିରି ପଛରେ ଗୋଡେଇବେ ନାହିଁ, ବରଂ ଚାକିରି ଦେଉଥିବା ସଂସ୍ଥା ତାଙ୍କ ପାଖକୁ ଆସିବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ନିଜ ବକ୍ତବ୍ୟରେ କର୍ମର ଗୁରୁତ୍ୱ ସଂପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ସାଧାରଣ େଓଟର ଭାବରେ ଚାକିରି ଆରମ୍ଭ କରିଥିବା ବୋମନ୍ ଇରାନୀ କିପରି ନିଜର ନିଷ୍ଠା ଓ ପ୍ରଚେଷ୍ଟା ବଳରେ ଆଜି ପ୍ରସିଦ୍ଧ ଆକ୍ଟର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ସେହି ବିଷୟରେ ସୂଚନା ଦେଇଥିଲେ । କଲେଜର ଉପଦେଷ୍ଟା ଡ. ଦିନେଶ ଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟକ୍ଷ ଡ. ଦାସ ମହାବିଦ୍ୟାଳୟର ବାର୍ଷିକ ବିବରଣୀରେ ବିଭିନ୍ନ ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ । ଡ. ସୁବୋଧଚନ୍ଦ୍ର ମିଶ୍ର, ଡ. ଅଜିତ କୁମାର ଦାସ, ଡ. ପଦ୍ମନାଭ ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡକ୍‌ଝର କମଳାକାନ୍ତ ଜେନା, ଅଜୟ କୁମାର ସେଠୀ, ଡ. ଅରୁନ୍ଧତୀ ମହାନ୍ତି, ଡ. ସାର୍ଥକ କୁମାର ଜେନା, ଡ. ପ୍ରତାପ ଚନ୍ଦ୍ର ସାହୁ, ଡ. ସ୍ମରଣିକା ପରିଡା, ଡ. ସ୍ୱପ୍ନା ସରିତା ମହାପାତ୍ର ଓ ରଶ୍ମିତା ବେହେରା ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପ୍ରାଧ୍ୟାପକ ଡ. ସନ୍ତୋଷ କୁମାର ସେଠୀ ଓ ଡ. ସ୍ମୃତିରେଖା ମିଶ୍ର ମଂଚ ପରିଚାଳନା କରିଥିଲେ ଏବଂ ଡ. ବନଜା ବାସିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.