Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ

22

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡତଡ଼ା ଗ୍ରାମ ପଂଚାୟତ ଅଧୀନ ମଉଦା ଗ୍ରାମରେ ଭୟବହ ଅଗ୍ନିକାଣ୍ଡ ଘଟି ୬ ଟି ପରିବାର ସର୍ବସ୍ୱ ହରାଇଛନ୍ତି। ଏହି ପରିବାର ମଧ୍ୟରେ ରଙ୍ଗାଧର ବାରିକ, ହିମାଂଶୁ ବାରିକ, ସୁଧାଂଶୁ ବାରିକ,ସୁରେନ୍ଦ୍ର ବାରିକ, ଆଶୁତୋଷ ବାରିକ, ପୂର୍ଣଚନ୍ଦ୍ର ବାରିକଙ୍କ ଘରପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏହି ଅଗ୍ନିକାଣ୍ଡକୁ ଲିଭାଇବାକୁ ଯାଇ ଉକ୍ତ ଗ୍ରାମର ୬/୭ ଜଣ ଲୋକ ଆହତ ହୋଇଥିବାର ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଦୁର୍ଗତ ଙ୍କୁ ଭେଟିବା ସମୟରେ ବିଜୁ ଜନତା ଦଳର ପୂର୍ବତନ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ଭଦ୍ରକ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ବିଶ୍ୱନାଥ ନାୟକ, ପୂର୍ବତନ ସରପଂଚ ଅମିୟ କୁମାର ଖୁଂଟିଆ, ସମିତି ସଭ୍ୟା ଙ୍କ ପ୍ରତିନିଧି ସୁବ୍ରତ କୁମାର ଦିକ୍ଷୀତ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା ପ୍ରମୁଖ ପୀଡ଼ିତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ ବ୍ୟକ୍ତିଗତ ସହାୟତା କରିବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରିଛନ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.