ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ସେମବାର ବିଜୟା ଦଶମୀ ଉତ୍ସବ ପାଳିତ ହୋଇଛି। ଏହି ଉପଲକ୍ଷେ ବ୍ଲକର ବିଭିନ୍ନ ଅଂଚଳରୁ ୪୧ଟି ସୁସଜ୍ଜିତ ମେଢ଼ ଶୋଭା ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା। ତିହିଡ଼ି କଲେଜ ଛକ ଓ ତହସିଲଛକ ନିକଟରୁ ପ୍ରଜ୍ଞାପନ ମେଢ଼ ବାହରି ସ୍ଥାନୀୟ ପକ୍କାଘାଟ ପୋଖରୀ ନିକଟରେ ଥିବା ଶ୍ରୀରାମ ମନ୍ଦିର ନିକଟରେ ପହଂଚିଥିଲେ। ସେଠାରେ ମେଢ଼ଙ୍କୁ ପୂଜାର୍ଚ୍ଚନା କରାଯାଇ ଭୋଗ ଲଗାଯିବା ପରେ ମେଢ଼ ଗୁଡ଼ିକ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତନ କରିଥିଲେ। ଏହି ଶୋଭାଯାତ୍ରା ସନ୍ଧ୍ୟା ୭ଟା ଠାରୁ ଆରମ୍ଭ ହୋଇ ଭୋର ୫.୩୦ ପର୍ଯ୍ୟନ୍ତ ଚାଲିଥିଲା। ବିଶେଷ ଭାବେ ମଙ୍ଗରାଜପୁର, ତିହିଡ଼ି, ହରିପୁର, ବାହାବଳପୁର, ସୟା, ବିଦ୍ୟାଧରପୁର, ଆରସା, ଝିଙ୍କିରିଆ, ଶଙ୍ଖିଡ଼ା, ଫତେପୁର, ବିନ୍ଧା, ସିନ୍ଦୋଳ, ମଙ୍ଗଳପୁର, କୋହ୍ଲ, ବାଉଁଶବାଗ, ବାଲିଚତୁରୀ, ସହିଦନଗର, ଗୁଡ଼ୁପାଳ, ମହରମପୁର, ପାଳିଆ ହାଟ, ଧଳିପୋଲ, ନନ୍ଦୋର, ବିଭୂତିପୁର, ଦୋଳସାହି, ଇଟାଗଡ଼ି, ସାଠିବାଟି, ତାଳପଦା, ନୂଆଶାସନ, ବିଲଣା, ବାରୋ, କୁବେରା, ବୋଡ଼କ, ତଳଗୋପବିନ୍ଧା, ଦୋଳସାହି ଇତ୍ୟାଦି ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ବାଜା ରୋଷଣୀ ଓ ଡିଜେ ବଜାଇ ‘ଜୟ ଶ୍ରୀରାମ’ ଧ୍ୱନିରେ ଶୋଭାଯାତ୍ରା କରି ମେଢ଼ ଗୁଡ଼ିକୁ ଶ୍ରୀରମ ମନ୍ଦିର ନିକଟକୁ ଆଣିଥିଲେ। ଶୋଭାଯାତ୍ରାରେ ହଜାର ହଜାର ରାମଭକ୍ତ ଓ ଶ୍ରଦ୍ଧାଳୁ ଗେରୁଆ ପୋଷାକ ଓ ପଗିଡ଼ି ପିନ୍ଧି ଜୟ ଶ୍ରୀରାମ ଧ୍ୱନିରେ ତିହିଡ଼ି ଅଞ୍ଚଳକୁ ପ୍ରକମ୍ପିତ କରିଥିବା ବେଳେ ଡିଜେ ସାଉଣ୍ଡ ଓ ଆଲୋକମାଳା ବେଶ୍ ଆକର୍ଷିତ କରିଥିଲା। ଶ୍ରୀରାମ ନବମୀ ସମିତିର ସମିତିର ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସର୍ବବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ଉପଦେଷ୍ଟା ରଘୁନାଥ ପାତ୍ର, ବିଶ୍ୱଜିତ ବେହେରା, ଦେବବ୍ରତ ପାଢ଼ୀ, ଶୁକଦେବ ମଲିକ, ଗଙ୍ଗାଧର ଦତ, କାର୍ଯ୍ୟକର୍ତା ଅଜୟ ନାୟକ, ପ୍ରଶାନ୍ତ ବଳ, ତପନ ପଣ୍ଡା, କେଶବ ବେହେରା, ତପୁନୁ ପାଣି, ଜୟପ୍ରକାଶ ବେହେରା, ହରିଶ୍ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ନାୟକ, ଚନ୍ଦ୍ରକାନ୍ତ ନାଥ, ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲା ସଭାପତି ଭଗବାନ ପଣ୍ଡା, ଦୀନବନ୍ଧୁ ପତି, ଉଦୟନାରାୟଣ ମଲ୍ଲିକ, ବୁଦ୍ଧଦେବ ଜେନା, ଅଜୟ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ ଓ ସଂଜୀବ ବେହେରା, ରାଜକିଶୋର ନାୟକ, ଉଷାକାନ୍ତ ନାୟକ, ପ୍ରତାପ ଜେନା, ତପନ ପାଢ଼ୀ, ସଂଗ୍ରାମ ମହାନ୍ତି, ଦେବେନ୍ଦ୍ର ପୁହାଣ, ମୁକ୍ତିକାନ୍ତ ନାୟକ, ପ୍ରମୋଦ ଦାସ, ସରୋଜ ନାୟକ, ଉମାକାନ୍ତ ଦାସ, ଦେବବ୍ରତ ପାଢ଼ୀ, ସୂର୍ଯ୍ୟନାରାୟଣ ଭୋଇ, ଦୁର୍ଗାପ୍ରସନ୍ନ ନାୟକ, ରତିକାନ୍ତ ଦାସ, ଜୟନ୍ତ ନାୟକ, ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ, ଶଶାଙ୍କ ଶେଖର ରାଉଳ, ଭରତ ସାହୁ, ଶିକ୍ଷାବିତ୍ ସୋମନାଥ ପାଢ଼ୀ, ଗାଳ୍ପିକ ଡ. ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ବାସୁଦେବ ସ୍ୱାଇଁ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଏସଆଇ ଅରୁନ୍ଧତୀ ବେହେରା, ଏସଆଇ କମଳାକାନ୍ତ ଶତପଥି, ପ୍ରଣବ ଗିରି, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖଙ୍କ ସମେତ ୧୫ ପୁଲିସ ଅଧିକାରୀ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶୋଭା ଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀରାମନବମୀ ସମିତି, ବିଷ୍ଣୁ ସେନା, ତିହିଡ଼ି ଯୁବ ମଂଚ, ପକ୍ଷରୁ ଅନ୍ନ ପ୍ରସାଦ ବଂଟନ କରାଯାଇଥିବା ବେଳେ ଗୋପବନ୍ଧୁ ସେବା ସଂଘ, ମଣିଶଙ୍କର ସେବା ସଂଗଠନ, ଉତ୍କଳମଣି ସେବା ସଂଘ, ପ୍ରଦେଶ ସେବା ସଂଗଠନ, ଜୀବନଜ୍ୟୋତି ସଂଗଠନ, ମା’ ଶ୍ୟାମା ଅଟୋ, ୟୁନିକ୍ ବୟେଜ, ଶ୍ରୀରାମ ସେବା ସଂଗଠନ, ତିହିଡ଼ି ୟୁଥ୍ କ୍ଲବ, ଡା. ଚିତରଂଜନ ଜେନା, ଜୀବନବିନ୍ଧୁ ମେଡିକେୟାର ଓ ତିହିଡ଼ି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ବତ, ଲସି, ଟଙ୍କତୋରାଣି, ଓଆରଏସ ଓ ଜଳ ବଂଟନ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ବିଜୟା ଦଶମୀ ମହୋତ୍ସବ ପାଳିତ, ୪୧ଟି ପ୍ରଜ୍ଞାପନ ମେଢ଼...








