ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ଜଗନ୍ନାଥପୁର ଠାରେ ଲାଲ କାଳୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଉପଲକ୍ଷେ ପଣା ସର୍ବତ ଓ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଇଂ ପ୍ରୟାସ କାନ୍ତି ସାମଲ(ଲୁଲୁ ଭାଇ) ଯୋଗଦେଇ ଶ୍ରୀରାମ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ଏଥିରେ ସହଯୋଗ କରିଥିଲେ ଲାଲ କାଳୀ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଶ୍ରୀ ଚନ୍ଦନ ଦାସ, ସମ୍ପାଦକ ଶ୍ରୀ ଅରୁଣ ମହାନ୍ତି, ସ୍ଥାନୀୟ ୱାର୍ଡ ପାରିଷଦ ଙ୍କ ପ୍ରତିନିଧି ଶ୍ରୀ ପଙ୍କଜ ବଳ, ଶ୍ରୀ ବାପି ବିଶ୍ୱାଳ, ଶ୍ରୀ ନୀଳାଦ୍ରି ପାତ୍ର, ଶ୍ରୀ ମାନସ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ।








