ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କାଁପଡ଼ା ପଂଚାୟତ ସରପଂଚ କୁନ୍ତଳା ମଳିକ ଓ ତାଙ୍କ ସ୍ୱାମୀ ଶିକ୍ଷକ ଅଶୋକ କୁମାର ମଳିକଙ୍କୁ କାଁପଡ଼ା ଗ୍ରାମର ସୁମନ୍ତ ମଳିକ ଓ ତାଙ୍କ ସାନଭାଇ ଶ୍ରୀକାନ୍ତ ମଳିକ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ୧୦୨/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସରପଂଚଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, କାଁପଡ଼ା ଛକରେ ତାଙ୍କ ଦିଅର ପ୍ରଫୁଲ୍ଲଙ୍କ ସହିତ କାଁପଡ଼ା ଗ୍ରାମର ଶ୍ରୀକାନ୍ତଙ୍କର ବଚସା ହୋଇଥିଲା। ଘଟଣାର କିଛିସମୟ ପରେ ସୁମନ୍ତ ଓ ତାଙ୍କ ଭାଇ ଶ୍ରୀକାନ୍ତ ମାରଣାସ୍ତ୍ର ଧରି ଗାଳି ଗୁଲଜ କରିବା ସହିତ ସରପଂଚଞ୍ଚ କୁନ୍ତଳା ଓ ତାଙ୍କ ସ୍ୱାମୀ ଅଶୋକଙ୍କୁ ହତ୍ୟା ଧମକ ଦେଇଥିଲେ। ଏଥି ସହିତ ଦୁଇଭାଇ ମଧ୍ୟ ସରପଂଚଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କ ଯାଆଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି।